ରାଉରକେଲାରୁ ଆରମ୍ଭ ହେଲା ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା

  • ଶ୍ରୀ ରାମ ଶରଣଂ : ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ଶ୍ରୀ ରାମ ଶରଣଂ, ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ, ସ୍ଲୋଗାନକୁ ପାଥେୟ କରି ରାଉରକେଲାର ହନୁମାନ ବାଟିକାରୁ ଆଜି ଆରମ୍ଭ ହୋଇଛି ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା । ରାଉରକେଲାର ସନାତନ ଜାଗରଣ ମଞ୍ଚ ପକ୍ଷରୁ ଦୀର୍ଘ ୮ ମାସର ପରିଶ୍ରମ ଏବଂ ୪୦ ଜଣ ତାମିଲନାଡୁ କାଞ୍ଚିପୁରମର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ଶ୍ରୀ ରାମ ସ୍ୱର୍ଣ୍ଣ ଧନୁରେ ରହିଛି ସୁନା, ରୂପା, ଜିଙ୍କ୍, ଲୁହା ଓ ଆଲୁମିନିୟମ ଭଳି ପଞ୍ଚ ଧାତୁ । ୮ ଫୁଟ ଲମ୍ବ ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଶ୍ରୀ ରାମ ସ୍ୱର୍ଣ୍ଣ ଧନୁର ଓଜନ ୨୮୬ କେଜି ହୋଇଥିଲା ବେଳେ ଏଥିରେ ୯୮୬ ଗ୍ରାମର ସୁନା ଏବଂ ୨.୫ କେଜି ରୂପା ବ୍ୟବହାର କରାଯାଇଛି । ରାଉରକେଲା ସନାତନ ଜାଗରଣ ମଞ୍ଚର ଅଧ୍ୟକ୍ଷ ସନ୍ତୋଷ ବିଶ୍ୱବାଳଙ୍କ ଅଧ୍ୟକ୍ଷତାରେ ହନୁମାନ ବାଟିକାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ସମ୍ମାନୀତ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବାବା କାଳିଦାସ ମହାରାଜ ଦୁଷ୍ୟନ୍ତ ଗୌତମ, ରଘୁନାଥପାଲ୍ଲୀ ପୂର୍ବତନ ବିଧାୟକ ସୁବ୍ରତ ତରାଇ, ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ, ହନୁମାନ ବାଟିକା ଚ୍ୟାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଶୁଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଲପୁରୀ ନୃତ୍ୟ ସହିତ ଶ୍ରୀରାମଙ୍କ ବେଶରେ ସଜ୍ଜିତ ଜଣେ ବାଳକର ଉପସ୍ଥିତି ତଥା ହଜାର ହଜାର ଭକ୍ତଙ୍କ ସମାଗମରେ ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ଧ୍ୱନୀରେ ହନୁମାନ ବାଟିକା ପରିସରରୁ ଆରମ୍ଭ ହୋଇଥିଲା ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା । ଏକ ଟ୍ରଲର ଗାଡିରେ ସଜ୍ଜିତ ହୋଇଥିବା ଶ୍ରୀ ରାମ ସ୍ୱର୍ଣ୍ଣ ଧନୁଶ୍ ଆଜି ରାଉରକେଲାରୁ ବାହାରି ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୯ଟାରେ ସୁନ୍ଦରଗଡ, ଦିନ ୩ଟା ସମୟରେ ଝାରସୁଗୁଡ଼ା ସହର, ସନ୍ଧ୍ୟା ୭ଟାରେ ରେଙ୍ଗାଲି, ଜାନୁଆରୀ ୪ ତାରିଖ ସକାଳ ୯ଟାରେ ସମ୍ବଲପୁର ସହର, ଦିନ ୩ଟାରେ ଦେବଗଡ ସହର, ଜାନୁଆରୀ ୫ ତାରିଖ ସକାଳ ୯ଟାରେ ବୌଦ୍ଧ, ଦିନ ୩ଟାରେ ସୋନପୁର, ଜାନୁଆରୀ ୬ ତାରିଖ ସକାଳ ୯ଟାରେ ବରଗଡ, ଦିନ ୩ଟାରେ ବଲାଙ୍ଗିର, ଜାନୁଆରୀ ୭ ତାରିଖ ସକାଳ ୯ଟାରେ ନୂଆପଡା, ଦିନ ୩ଟାରେ କଳାହାଣ୍ଡି, ଜାନୁଆରୀ ୮ ତାରିଖ ସକାଳ ୯ଟାରେ ନବରଙ୍ଗପୁର, ଦିନ ୩ଟାରେ ମାଲକାନଗିରି, ଜାନୁଆରୀ ୯ ତାରିଖ ସକାଳ ୯ଟାରେ କୋରାପୁଟ, ଦିନ ୩ଟାରେ ରାୟଗଡା, ଜାନୁଆରୀ ୧୦ ତାରିଖ ସକାଳ ୯ଟାରେ ପାରଳାଖେମୁଣ୍ଡି ଏବଂ ଦିନ ୩ଟାରେ ବ୍ରହ୍ମପୁର, ଜାନୁଆରୀ ୧୧ ତାରିଖ ସକାଳ ୯ଟାରେ ଫୁଲବାଣୀ ଏବଂ ଦିନ ୩ଟାରେ ନୟାଗଡ, ଜାନୁଆରୀ ୧୩ ତାରିଖ ସକାଳ ୯ଟାରେ ଘସିପୁରା ଏବଂ ଦିନ ୩ଟାରେ କେଉଁଝର, ଜାନୁଆରୀ ୧୪ ତାରିଖ ସକାଳ ୯ଟାରେ ରାମତୀର୍ଥ ଜସିପୁର ଏବଂ ଦିନ ୩ଟାରେ ବାରିପଦା, ଜାନୁଆରୀ ୧୫ ତାରିଖ ସକାଳ ୯ଟାରେ ବାଲେଶ୍ୱର ଏବଂ ଦିନ ୩ଟାରେ ଭଦ୍ରକ, ଜାନୁଆରୀ ୧୬ ତାରିଖ ସକାଳ ୯ଟାରେ ଯାଜପୁର ଏବଂ ଦିନ ୩ଟାରେ କେନ୍ଦ୍ରାପଡା, ଜାନୁଆରୀ ୧୭ ତାରିଖ ସକାଳ ୯ଟାରେ ପାରାଦ୍ୱୀପ, ଦିନ ୧ଟାରେ ଜଗତସିଂହପୁର ଏବଂ ଦିନ ୪ଟାରେ କଟକ, ଜାନୁଆରୀ ୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱର, ଜାନୁଆରୀ ୧୯ ତାରିଖ ଦିନ ସକାଳ ୯ଟାରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ୨୨ ତାରିଖରେ ଶ୍ରୀ ରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସ୍ମରଣଯୋଗ୍ୟ ଯେ, ପୂର୍ବରୁ ବଡ ଦୀପ ଏବଂ ବଡ ଲଡୁ ତିଆରି କରି ସନାତନ ଜାଗରଣ ମଞ୍ଚ ଖ୍ୟାତି ଲାଭ କରିଛି ।ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) :ରାଉରକେଲା, () : ଶ୍ରୀ ରାମ ଶରଣଂ, ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ, ସ୍ଲୋଗାନକୁ ପାଥେୟ କରି ରାଉରକେଲାର ହନୁମାନ ବାଟିକାରୁ ଆଜି ଆରମ୍ଭ ହୋଇଛି ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା । ରାଉରକେଲାର ସନାତନ ଜାଗରଣ ମଞ୍ଚ ପକ୍ଷରୁ ଦୀର୍ଘ ୮ ମାସର ପରିଶ୍ରମ ଏବଂ ୪୦ ଜଣ ତାମିଲନାଡୁ କାଞ୍ଚିପୁରମର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ଶ୍ରୀ ରାମ ସ୍ୱର୍ଣ୍ଣ ଧନୁରେ ରହିଛି ସୁନା, ରୂପା, ଜିଙ୍କ୍, ଲୁହା ଓ ଆଲୁମିନିୟମ ଭଳି ପଞ୍ଚ ଧାତୁ । ୮ ଫୁଟ ଲମ୍ବ ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଶ୍ରୀ ରାମ ସ୍ୱର୍ଣ୍ଣ ଧନୁର ଓଜନ ୨୮୬ କେଜି ହୋଇଥିଲା ବେଳେ ଏଥିରେ ୯୮୬ ଗ୍ରାମର ସୁନା ଏବଂ ୨.୫ କେଜି ରୂପା ବ୍ୟବହାର କରାଯାଇଛି । ରାଉରକେଲା ସନାତନ ଜାଗରଣ ମଞ୍ଚର ଅଧ୍ୟକ୍ଷ ସନ୍ତୋଷ ବିଶ୍ୱବାଳଙ୍କ ଅଧ୍ୟକ୍ଷତାରେ ହନୁମାନ ବାଟିକାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ସମ୍ମାନୀତ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବାବା କାଳିଦାସ ମହାରାଜ ଦୁଷ୍ୟନ୍ତ ଗୌତମ, ରଘୁନାଥପାଲ୍ଲୀ ପୂର୍ବତନ ବିଧାୟକ ସୁବ୍ରତ ତରାଇ, ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ, ହନୁମାନ ବାଟିକା ଚ୍ୟାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଶୁଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଲପୁରୀ ନୃତ୍ୟ ସହିତ ଶ୍ରୀରାମଙ୍କ ବେଶରେ ସଜ୍ଜିତ ଜଣେ ବାଳକର ଉପସ୍ଥିତି ତଥା ହଜାର ହଜାର ଭକ୍ତଙ୍କ ସମାଗମରେ ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ଧ୍ୱନୀରେ ହନୁମାନ ବାଟିକା ପରିସରରୁ ଆରମ୍ଭ ହୋଇଥିଲା ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା । ଏକ ଟ୍ରଲର ଗାଡିରେ ସଜ୍ଜିତ ହୋଇଥିବା ଶ୍ରୀ ରାମ ସ୍ୱର୍ଣ୍ଣ ଧନୁଶ୍ ଆଜି ରାଉରକେଲାରୁ ବାହାରି ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୯ଟାରେ ସୁନ୍ଦରଗଡ, ଦିନ ୩ଟା ସମୟରେ ଝାରସୁଗୁଡ଼ା ସହର, ସନ୍ଧ୍ୟା ୭ଟାରେ ରେଙ୍ଗାଲି, ଜାନୁଆରୀ ୪ ତାରିଖ ସକାଳ ୯ଟାରେ ସମ୍ବଲପୁର ସହର, ଦିନ ୩ଟାରେ ଦେବଗଡ ସହର, ଜାନୁଆରୀ ୫ ତାରିଖ ସକାଳ ୯ଟାରେ ବୌଦ୍ଧ, ଦିନ ୩ଟାରେ ସୋନପୁର, ଜାନୁଆରୀ ୬ ତାରିଖ ସକାଳ ୯ଟାରେ ବରଗଡ, ଦିନ ୩ଟାରେ ବଲାଙ୍ଗିର, ଜାନୁଆରୀ ୭ ତାରିଖ ସକାଳ ୯ଟାରେ ନୂଆପଡା, ଦିନ ୩ଟାରେ କଳାହାଣ୍ଡି, ଜାନୁଆରୀ ୮ ତାରିଖ ସକାଳ ୯ଟାରେ ନବରଙ୍ଗପୁର, ଦିନ ୩ଟାରେ ମାଲକାନଗିରି, ଜାନୁଆରୀ ୯ ତାରିଖ ସକାଳ ୯ଟାରେ କୋରାପୁଟ, ଦିନ ୩ଟାରେ ରାୟଗଡା, ଜାନୁଆରୀ ୧୦ ତାରିଖ ସକାଳ ୯ଟାରେ ପାରଳାଖେମୁଣ୍ଡି ଏବଂ ଦିନ ୩ଟାରେ ବ୍ରହ୍ମପୁର, ଜାନୁଆରୀ ୧୧ ତାରିଖ ସକାଳ ୯ଟାରେ ଫୁଲବାଣୀ ଏବଂ ଦିନ ୩ଟାରେ ନୟାଗଡ, ଜାନୁଆରୀ ୧୩ ତାରିଖ ସକାଳ ୯ଟାରେ ଘସିପୁରା ଏବଂ ଦିନ ୩ଟାରେ କେଉଁଝର, ଜାନୁଆରୀ ୧୪ ତାରିଖ ସକାଳ ୯ଟାରେ ରାମତୀର୍ଥ ଜସିପୁର ଏବଂ ଦିନ ୩ଟାରେ ବାରିପଦା, ଜାନୁଆରୀ ୧୫ ତାରିଖ ସକାଳ ୯ଟାରେ ବାଲେଶ୍ୱର ଏବଂ ଦିନ ୩ଟାରେ ଭଦ୍ରକ, ଜାନୁଆରୀ ୧୬ ତାରିଖ ସକାଳ ୯ଟାରେ ଯାଜପୁର ଏବଂ ଦିନ ୩ଟାରେ କେନ୍ଦ୍ରାପଡା, ଜାନୁଆରୀ ୧୭ ତାରିଖ ସକାଳ ୯ଟାରେ ପାରାଦ୍ୱୀପ, ଦିନ ୧ଟାରେ ଜଗତସିଂହପୁର ଏବଂ ଦିନ ୪ଟାରେ କଟକ, ଜାନୁଆରୀ ୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱର, ଜାନୁଆରୀ ୧୯ ତାରିଖ ଦିନ ସକାଳ ୯ଟାରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ୨୨ ତାରିଖରେ ଶ୍ରୀ ରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସ୍ମରଣଯୋଗ୍ୟ ଯେ, ପୂର୍ବରୁ ବଡ ଦୀପ ଏବଂ ବଡ ଲଡୁ ତିଆରି କରି ସନାତନ ଜାଗରଣ ମଞ୍ଚ ଖ୍ୟାତି ଲାଭ କରିଛି ।

Leave A Reply

Your email address will not be published.