ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୫ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ପିଢି ମାର୍ଗଦର୍ଶକ କର୍ମତତ୍ପର, ସମାଜସେବା, ଦେଶପ୍ରେମ ଭାବ ମନରେ ଜାଗ୍ରତ କରାଇବାକୁ ଓ ପରଉପକାରରେ ବ୍ରତୀ କରାଇବା ହେଲେ ଏପରି ନିଃସ୍ୱାର୍ଥପର ସେବା କରିଥିବା ପ୍ରଭାକର ରଥଙ୍କ ପରି ସେବକମାନଙ୍କ ଜୟନ୍ତୀ ସମାରୋହ କରାଇବାକୁ ପଡିବ ବେଶଲି ମଂଚାସୀନ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏ ଅବସରରେ ଅରୁଣ କୁମାର ଖୁଆସଙ୍କ ସଭାପତିତ୍ୱରେ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଡାକ୍ତର ମଂଜୁବାଳା ପଣ୍ଡା ମୁଖ୍ୟ ଅତିଥି, ଆଦର୍ଶ ଶିକ୍ଷୟିତ୍ରୀ ସଂସ୍କୃତି ପଟ୍ଟନାୟକ ମୁଖ୍ୟବକ୍ତା ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପାର୍ବଣରେ ସାମାଜ ସେବାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଗୋବିନ୍ଦ ଚନ୍ଦ୍ର ଶତପଥିଙ୍କୁ “ପ୍ରଭାକର ରଥ ସେବା ସମ୍ମାନ ୨୦୨୫” ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ ଓ ଅତିଥି ପରିଚୟ କରିଥିଲେ କବି ରତ୍ନମୟ ତ୍ରିପାଠୀ । ଆରମ୍ଭରେ ବେଦ ପଠନ କରିଥିଲେ ସଂସ୍କୃତ ଶିକ୍ଷୟିତ୍ରୀ ମଂଜୁଲତା ମିଶ୍ର ଓ ରାମଧୂନ ଗାନ କରିଥିଲେ ଡ. ପ୍ରେମଚାନ୍ଦ ମହାନ୍ତି । ଶ୍ରୀମୟୀ ଶର୍ମିଷ୍ଟା ସାହୁ ଓଡିଶୀ ନାଚ ପ୍ରଦର୍ଶନ କରିଥିଲେ । ନିକଟରେ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସାରସ୍ୱତ ସମ୍ମାନରେ ସମ୍ମାନିତ ହୋଇଥିବା କବି ମଦନ ମୋହନ ରଥଙ୍କୁ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଂପାଦକ ମଧୁ ସାହୁ ମଂଚ ପରିଚାଳନା ସହିତ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେଶବ ଚନ୍ଦ୍ର ମିଶ୍ର, ଚୁଡେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ ଷଡଙ୍ଗୀ, ମାଳତି ଉଦ୍‌ଗାତା, ନିହାରିକା ମିଶ୍ର, ଡ. ଅଶୋକ କୁମାର ସେଠୀଙ୍କ ସମେତ ଆଦ୍ୟାଶକ୍ତି ନାରୀ ସଂଗଠକ, ପୂଜ୍ୟପୂଜା ସେବା ସଂଗଠକ ଓ ଶିଶୁ ବିକାଶ କେନ୍ଦ୍ରର ସଭ୍ୟମାନେ ସହଯୋଗ କରିଥିଲେ । ଶେଷରେ ନିରୁପମା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.