
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ମହାନଗର କେଶବ ନଗର ଶାଖା ତରଫରୁ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ୱ ସୁମିତ୍ରା ମିଶ୍ର ଓ ମମତା ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ସମୀକ୍ଷକ ଭାବେ ଶର୍ମିଷ୍ଠା କବିଶତପଥୀ, ବ୍ରଜେନ୍ଦ୍ର କୁମାର ଦାଶ, ବିଜୟିନୀ ଜେନା ଓ ଶିକ୍ଷାବିତ କରୁଣାକର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଗାଳ୍ପିକା ପୁଷ୍ପାରାଣୀ ପଟେଲଙ୍କ ଗଳ୍ପ ସଂକଳନ ଶୂନ୍ୟଫର୍ଦ୍ଦର ପୂର୍ଣ୍ଣ କଥାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଖ୍ୟଅତିଥି ଓ ସମୀକ୍ଷକମାନେ ପୁସ୍ତକ ସମ୍ପର୍କରେ ମତରଖି କହିଲେ ଯେ ଗାଳ୍ପିକାଙ୍କ ଗଳ୍ପ ଗୁଡ଼ିକ ବେଶ ମାର୍ମିକ ଓ ଶବ୍ଦ ଚୟନ ଅତି ସୁନ୍ଦର। ଗଳ୍ପ ମାଧ୍ୟ୍ୟମରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ, ମନନଶୀଳତା, ଭାବଗତ ତଥା ତ୍ୟାଗ ଓ ସମର୍ପଣ ଗଳ୍ପ ଗୁଡ଼ିକ ଉଦବୁଦ୍ଧ ହୋଇଥିବାରୁ ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ରାଉତ ଅତିଥି ମାନଙ୍କ ପରିଚୟ ଓ ଉପସଭାପତି ପ୍ରବୀର କୁମାର ଦୁବେ ପ୍ରାକ୍ କଥନ ରଖିଥିଲେ । ଗାଳ୍ପିକା ଶ୍ରୀମତୀ ପଟେଲ ପୁସ୍ତକ ସମ୍ପର୍କରେ ଓ ନିଜ କଥା ରଖିଥିବାବେଳେ ଶେଷରେ ସହ ସମ୍ପାଦିକା ଲଳିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ପାଇକରାୟ, ସୁରେନ୍ଦ୍ର କୁମାର ଶତପଥୀ, ରେଖା ମହାନ୍ତି, ଗିରିଜା ଶଙ୍କର ଗୋସ୍ୱାମୀ, ହରିହର ଶତପଥୀ, ଅଜୟ ମହାନ୍ତି, ରାଧୁ ମିଶ୍ର, ଡ. ରବିନ୍ଦ୍ର କୁମାର ଜେନା, ଡ. ସୁମନ ଦତ୍ତ, ନୃସିଂହ ଚରଣ ବିଶ୍ୱାଳ, ସାହିଲ ପ୍ରଧାନ, ଅଶୋକ ପଟ୍ଟନାୟକ, ମନୋଜ ଚୌଧୁରୀ, ତ୍ରିଲୋଚନ ମଥାନ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ୱାଇଁଙ୍କ ସମେତ ଶତାଧିକ ସାହିତ୍ୟିକ, ଶିକ୍ଷାବିତ, କବି ପ୍ରମୁଖ ଯୋଗଦେଇଥିଲେ ।