csstore

ଉତ୍କଳ କଳାକାର ଏକାଡେମୀର ରାଜ୍ୟ କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଉତ୍କଳ କଳାକାର ଏକାଡେମୀର ରାଜ୍ୟ ବୈଠକ ଜୀହୁଵା ଗୃପ ପ୍ଲଟ ନମ୍ବର ୨୧୯ ଶହୀଦ ନଗର ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ବହୁତ ନାମିଦାମୀ ବ୍ୟକ୍ତି ବିଶେଷମାନେ ଯୋଗଦାନ କରିଥିଲେ ଏବଂ ଏହି ବୈଠକରେ ଆଜି ସମସ୍ତଙ୍କ ମତାମତ ଅନୁସାରେ ଡଃ ଶ୍ରଦ୍ଧାଞ୍ଜଳୀ ରାଏଙ୍କୁ ରାଜ୍ୟ ସଭାପତି ରୂପେ ମନୋନୀତ କରାଗଲା । ସମରକେତନ ଲେଙ୍କାଙ୍କୁ ଉପସଭାପତି ରୂପେ ମନୋନୀତ କରାଗଲା, ସଞ୍ଜୟ ଖଟୁଆଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ମନୋନୀତ କରାଗଲା, ଡଃ ବିନୟ ଦାସଙ୍କୁ ସାଧାରଣ ସମ୍ପାଦକ ରୂପେ ମନୋନୀତ କରାଗଲା, ବିଚିତ୍ରାନନ୍ଦ ସ୍ୱାଇଁଙ୍କୁ ସହ ସମ୍ପାଦକ ରୂପେ ମନୋନୀତ କରାଗଲା, ମଧୁସ୍ମିତା ବିଶ୍ୱାଳଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଗଲା, ନୃସିଂହ ନାଥ ନନ୍ଦଙ୍କୁ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଦିଆଗଲା, ବିଷ୍ଣୁ ଚରଣ ଦାସଙ୍କୁ ସଙ୍ଗଠନ ସମ୍ପାଦକ ରୂପେ ମନୋନୀତ କରାଗଲା, ବିଶ୍ୱଭୂଷଣ ରଥଙ୍କୁ ସାଂସ୍କୃତିକ ସମ୍ପାଦକ ରୂପେ ଚୟନ କରାଗଲା, ଅଞ୍ଜଳୀ ମହାନ୍ତିଙ୍କୁ ମହିଳା ଉପସଭାପତି ରୂପେ ମନୋନୀତ କରାଗଲା ଏବଂ ଉପଦେଷ୍ଟା ମଣ୍ଡଳୀରେ ଚଳଚ୍ଚିତ୍ର ଜଗତର ସୁପରିଚିତ ବରିଷ୍ଠ ଅଭିନେତା ଭୂପତି ତ୍ରିପାଠୀଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ଡଃ ଵିୟତ ପ୍ରଜ୍ଞା ଆଚାର୍ଯ୍ୟଙ୍କୁ ମନୋନୀତ କରାଗଲା ଏବଂ ମିଡ଼ିଆ ସେକ୍ରେଟାରୀ ରୂପେ ମୁଖ୍ୟ ଦାୟିତ୍ଵ ବନ୍ଦନା ରାଏ ଏବଂ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଚୟନ କରାଗଲା ଏବଂ ବିକାଶ ଚନ୍ଦ୍ର ମଲ୍ଲିକଙ୍କୁ ଅଡିଟ ସେକ୍ରେଟାରୀ ରୂପେ ମନୋନୀତ କରାଗଲା ଏବଂ ପ୍ରତିଷ୍ଠାତା କୈଳାସ ନାୟକଙ୍କ ଧନ୍ୟବାଦ ଅର୍ପଣରେ ବୈଠକର ପରିସମାପ୍ତି ଘଟିଥିଲା ।

jayashree
Leave A Reply

Your email address will not be published.