csstore

ରୋଜା ନୃତ୍ୟାନୁଷ୍ଠାନର ଆଜା ନାଚଲେ କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ ଆଜା ନାଚଲେ କାର୍ଯ୍ୟକ୍ରମ ସିଭିକ ସେଣ୍ଟର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋକ ଜେନାଙ୍କ ସଭାପତିତ୍ୱ, ସମ୍ପାଦିକା ଶିବାନୀ ରଣାଙ୍କ ଆବାହକତ୍ୱ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସମାଜସେବୀ କମଲ ଅଗ୍ରୱାଲ, ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ ଅଭୟ କୁମାର ଦାସ, ଏନ୍ଆଇଟିର ଡିନ୍ ପ୍ରଫେସର ରାଜୀବ ପଣ୍ଡା, ଡାକ୍ତର ଅମିତ ଦାସ, ସମାଜସେବୀ ବିଳାସିନୀ ଖେଡିଆ, ସୂର୍ଯ୍ୟ ମହାନ୍ତି, ଅନୁଷ୍ଠାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ୱାଇଁ, ଅନିତା ଅଗ୍ରୱାଲ ଓ ସ୍ୱତନ୍ତ୍ର ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ଅଙ୍କିତା ଦାଶ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ, ଅନୁଷ୍ଠାନର ମୁଖ୍ୟ ଆକର୍ଷଣ ରୋଜା ଖାଲି ରାଉରକେଲା ବା ରାଜ୍ୟ କାହିଁକି ସମଗ୍ର ବଲିଉଡ୍ ଜଗତରେ ସୁନାମଧନ୍ୟ ନୃତ୍ୟ ନିର୍ଦ୍ଦେଶିକା ଭାବେ ଯେଉଁ ଇର୍ଷଣୀୟ ପରିଚୟ ସୃଷ୍ଟି କରିପାରିଛନ୍ତି ତାହା ରାଉରକେଲା ବାସୀଙ୍କୁ ଗର୍ବିତ କରିଛି ବୋଲି ମତ ରଖିଥିଲେ । ଏହି ଅବସରରେ ଗତ ୨୭ ଓ ୨୮ ତାରିଖରେ ନୃତ୍ୟର ବିଭିନ୍ନ ପ୍ରତିଯୋଗିତା କରାଯାଇ, ସେଠାରେ ବିଚାରକଙ୍କ ଦ୍ୱାରା ଚୟନ କରାଯାଇ ୨୯ ତାରିଖ ଦିନ ସିଭିକ ସେଣ୍ଟର ଠାରେ ନିଆରା ଢଙ୍ଗରେ ଅନୁଷ୍ଠାନ ତରଫରୁ ଶାସ୍ତ୍ରୀୟ ଓ ୱଷ୍ଟର୍ଣ୍ଣ ଉପରେ ଏକ ଜାତୀୟ ସ୍ତରର ନୃତ୍ୟ ପ୍ରଦର୍ଶନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମରେ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁଜ୍ଞାନୀ ରାୟ, ସସ୍ମିତା ପ୍ରଧାନଙ୍କ ସମେତ ବହୁ ସାମ୍ବାଦିକ ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଟୁନୁ ଗୌଡ଼, ସଭାପତି ବିଜୟ ମୁଖି, ଦୀପିକା ପାତ୍ର, ସ୍ମୃତିରଞ୍ଜନ ନାୟକ, ସସ୍ମିତା ଜେନା, ହରେନ୍ଦ୍ର ନାଥ ନାୟକ, ବିଭୁତି ଭୂଷଣ ସେଠୀ, ସୌମ୍ୟଶ୍ରୀ ନାୟକ, ସୁରଜ କୁମାର ତନ୍ତୀ, ମନୋରମା ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଉକ୍ତ ପ୍ରତିଯୋଗିତା ପାଇଁ ଶାସ୍ତ୍ରୀୟ କ୍ଷେତ୍ରରେ ବ୍ରହ୍ମପୁରରୁ ଗୁରୁ ଦେବୀ କୁମାରୀ ପ୍ରଧାନ ଓ ରାଉରକେଲାରୁ ଗୁରୁ ସୁଚିସ୍ମିତା ସେନ ବିଶ୍ଵାସ ଏବଂ ୱଷ୍ଟର୍ଣ୍ଣ କ୍ଷେତ୍ର ପାଇଁ ଭୁବନେଶ୍ଵରରୁ ଗୁରୁ ସୁର୍ୟାନ ରଥଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ଵାଇଁ ଓ ନିର୍ଦ୍ଦେଶକ ଆଲୋକ ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସମ୍ପାଦିକା ଶିବାନୀ ରାଣା ସମ୍ପାଦକୀୟ ବିବରଣୀ ପାଠ କରି ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ରୋଜା ରଣା ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନକୁ ମୋହି ନେଇଥିଲେ । ଶେଷରେ ସ୍ମୃତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.