csstore

ଶିବ କଥାର ପଞ୍ଚମ ସଂଧ୍ୟା

  • ଶିବଙ୍କୁ ଅନୁସରଣ କରିବାର ଅଛି ତ ପ୍ରଭୁଙ୍କୁ ପାଇବା ପାଇଁ ଭକ୍ତିର ନିଶାକର
  • ଯୁବ ପୀଢ଼ି ଦେଶ ଭକ୍ତିର ନିଶା କର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଦିର୍ଘ ସାତଦିନ ବ୍ୟାପୀ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଶିବ କଥା ଅନୁଷ୍ଠିତ ହେଉଛି । ସୋମବାର ପଞ୍ଚମ ସଂଧ୍ୟାରେ ପ୍ରବଚକ ଡ. ସର୍ବେଶ୍ୱରଜୀ ଶିବ କଥାର ପଞ୍ଚମ ସଂଧ୍ୟାରେ ଶିବ ଵିଵାହ ବିଷୟରେ କଥା ଶୁଣାଇଥିଲେ । ଶିବ ଵିଵାହ ଅବସରରେ ଭକ୍ତମାନେ ଖୁସିରେ ନାଚି ଉଠିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଯେ ଶିବଙ୍କୁ ନିଶା କରନ୍ତି ବୋଲି ବଦନାମ୍ କରାଯାଏ କିନ୍ତୁ ପ୍ରଭୁ ଶିବ ଯଦି ନିଶା କରୁଥିଲେ ସେ ଲୋକଙ୍କ ମଙ୍ଗଳ ପାଇଁ ବିଶ ପାନ ବି କରିଥିଲେ, ଯେଉଁମାନେ ନିଶା କରି ଏଭଳି ମନ୍ତବ୍ୟ ଦିଅନ୍ତି ସେମାନେ ଦେଶ ପାଇଁ କଣ କରୁଛନ୍ତି ? ଯଦି ନିଶା କରିବାର ଅଛି ତାହେଲେ ପ୍ରଭୁଙ୍କୁ ପାଇବା ପାଇଁ ଭକ୍ତିର ନିଶା କରନ୍ତୁ, ନିଜର ସମାଜ ଗଠନ ତଥା ସଶକ୍ତ କରିବା ପାଇଁ ନିଜେ ଆତ୍ମ ନିର୍ଭରଶୀଳ ହୁଅନ୍ତୁ, ଯଦି ନିଶା କରିବାର ଅଛି ତାହେଲେ ଦେଶ ଭକ୍ତିର ନିଶା କରନ୍ତୁ ବୋଲି କହିବା ସହ କଳିଙ୍ଗ ରାଜ୍ୟର ବାଜି ରାଉତଙ୍କ ଉଦାହରଣ ଦେଇଥିଲେ । ବହୁତ ସୁନ୍ଦର ଶିବ କଥା ବିଷୟରେ ବର୍ଣ୍ଣନା କରିବା ସହ ଦେଶ ପାଇଁ ସମସ୍ତ ଜନ ସାଧାରଣଙ୍କ କର୍ତ୍ତବ୍ୟ କଣ ରହିବା କଥା ସେ ବିଷୟରେ ଆଲୋକପାତ କରିଥିଲେ । ଡ. ସର୍ବେଶ୍ଵର ଜିଆଇଆଇଟି ଦିଲ୍ଲୀରୁ ପିଏଚ୍‌ଡି ପ୍ରାପ୍ତ, ଜଣେ ଆନ୍ତର୍ଜାତୀୟ ବକ୍ତା ଏବଂ କଥା ବ୍ୟାସ ଅଟନ୍ତି । ତେବେ ଏହି ଶିବ କଥା ଶୁଣିବାକୁ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ବହୁ ଜନ ସାଧାରଣ ଶୁଣିବାକୁ ଭିଡ ଜମାଉଛନ୍ତି ।

jayashree
Leave A Reply

Your email address will not be published.