ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ ୨୦୨୩ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ମିଳନ କାର୍ଯ୍ୟକ୍ରମ ଭୀମଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଭୂମିସୂତା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷକ ଦିଲୀପ କୁମାର ମିଶ୍ରଙ୍କୁ ଛାତ୍ରଛାତ୍ରୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପ୍ତି ବାଗ, ମାନି ପାତ୍ର, ଅମୂଲ୍ୟ ମେହେର, ରୁଦ୍ର ମେହେର, ତପେଶ୍ୱର ସାହୁ, ସୁନିଲ ପଟେଲ୍, ଧନଞ୍ଜୟ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ ।