
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟରେ ହୁଗୁଳିକୁ (କୋଲକାତା) ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ସେମିଫାଇନାଲରେ ପ୍ରବେଶ କରିଛି । ଉଦଘାଟନୀ ଉତ୍ସବରେ ଜାମସେଠ ଡାକ୍ତରଖାନା ଡକ୍ଟର ପଙ୍କଜ କୁମାର ଭୋଇ ଓ ଛିନ୍ଦେଇକେଲା ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ସାହୁ ଯୋଗ ଦେଇ ଖେଳ ଉଦଘାଟନ କରି ଖେଳ ଶୁଭାରମ୍ଭ କରିଥିଲେ । ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପିୟୁଷ ଯାଦବ ୮୩, ସନ୍ତୋଷ ଯାଦବ ୭୪ ଓ ଅମନ ସିଂ ୨୪ ରନ ସଂଗ୍ରହ କରିଥିଲେ । ହୁଗୁଳି ଦଳରୁ ମଧୁକର କୁମାର, କୁଶ ଝା ଓ ମିମାଂଶ ସାହୁ ୧ ୱିକେଟ ଲେଖାଏଁ ନେଇଥିଲେ । ୨୨୨ ରନ ବିଜୟ ଲକ୍ଷ୍ୟ ନେଇ ହୁଗୁଳି ଦଳ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୬୭ ରନ କରି ୫୪ ରନରେ ପରାଜିତ ହୋଇଥିଲେ । ଦଳ ପକ୍ଷରୁ ପ୍ରେମକୁମାର ଗୁପ୍ତା ୩୬, ସ୍ମୃତିରଞ୍ଜନ ବେହେରା ୩୩, ରଞ୍ଜନ କୁମାର ମହାପାତ୍ର ୨୬ ରନ ସଂଗ୍ରହ କରିଥିଲେ । ଝାରସୁଗୁଡ଼ା ଦଳରୁ ଆୟୁଷ ଶର୍ମା ୩, ଭୈରବ ରାଏ ୨, ଭୂପେଶ ଭ୍ରମକର ୨, ଆରିୟାନ ତିୱାରୀ, ରାଜ କିଶନ ପଟେଲ ଓ ଅର୍ଣ୍ଣବ ଆମ୍ବ୍ରେ ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟାର ସଚ୍ଚିଦାନନ୍ଦ ପଣ୍ଡା ଓ ଓସିଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ । ବୁନିଲ କୁମାର ସାହୁ, ଶୋଭିତ ସାହୁ, ଧିରେଶ କୁମାର ସାହୁ ସ୍କୋରର ଥିବାବେଳେ ରମେଶ ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ଭୋଇ, ଜୟେକ୍ରିଷ୍ଣା ସୁନାନୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ସାଧୁ ସାହୁ, ମଦନ ସାହୁ, ପର୍ଶୁରାମ ସାହୁ, ବ୍ରଜକିଶୋର ସାହୁ, ଚନ୍ଦ୍ରମଣି ସାହୁ, ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇ ଝାରସୁଗୁଡ଼ା ଦଳର ପିୟୁଷ ଯାଦବଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ଆୟୋଜକ ସଭାପତି ଯତୀନ ସାହୁ, ଉପଦେଷ୍ଟା ହେମସାଗର ସାହୁ, ପ୍ରଶାନ୍ତ ସାହୁ, ରୋହିତ ସାହୁ, ସ୍ୱତନ୍ତ୍ର ସାହୁ, ବିନନ୍ଦ ସାହୁ, ଆନନ୍ଦ ସାହୁ, ମଣ୍ଟୁ ସାହୁ, ନରେଶ ସାହୁ, ପ୍ରମୋଦ ସାହୁ, ଜୁନିୟର ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, ଅଶ୍ୱିନୀ ସାହୁ, ନିରାକାର ରଣା ଉପସ୍ଥିତ ଥିବାବେଳେ କାହ୍ନୁଚରଣ ସାହୁ, ଆକାଶ ସାହୁ, ଆଦର୍ଶ ସାହୁ, ଜୟକିଶୋର ସୁନା, ରୂପକ ସେଠ, ସୁପିନ ସାହୁ, ଦୀପକ ସାହୁ, ଋଷଭ ସାହୁ, ବିକାଶ ବେହେରା, ବିଳାଶ ବେହେରା, ପିଙ୍କୁ ସେଠ, ପ୍ରକାଶ ସେଠ, ସୁରଜ୍ ସାହୁ, ପୁସ୍ତମ ବଗର୍ତ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ଝାରସୁଗୁଡ଼ା ପ୍ରୋଗ୍ରେସିଭ ଓ ରାଞ୍ଚି ମେକନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳା ଯାଉଥିବା ବେଳେ ମଙ୍ଗଳବାର ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଉପଦେଷ୍ଟା ହେମସାଗର ସାହୁ ସୂଚନା ଦେଇଛନ୍ତି ।