csstore

ଉପହାରର କର୍ମବୀର ସମ୍ମାନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଉପହାର ତରଫରୁ କର୍ମବୀର ସମ୍ମାନ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୂର୍ଯ୍ୟକାନ୍ତ ସାହୁଙ୍କ ସଭାପତିତ୍ୱ, ସମ୍ପାଦକ ଡା. ଚିନ୍ମୟ ସାହୁଙ୍କ ଆବାହକତ୍ୱ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ମାଧବ ଚନ୍ଦ୍ର ପରିଡା, ଧୀରେନ ସେନାପତି, ବିକାଶ ଚନ୍ଦ୍ର ପରିଡା, ସୁଧାଂଶୁ ଶେଖର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଅଭିରାମ ପ୍ରଧାନ, ଚିନ୍ମୟ ଭୂଷଣ ପତି, ଚିତ୍ତରଞ୍ଜନ ସେଠୀ, ବିଜୟ କୁମାର ବାରିକ, ରାଜଲକ୍ଷ୍ମୀ ପ୍ରଧାନ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jayashree
Leave A Reply

Your email address will not be published.