ଗରିମା ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଓଡ଼ିଆ ଖାଦ୍ୟକୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଅଧ୍ୟକ୍ଷତା ଓ ସଭାପତି ମମତା ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା, ଉତ୍କଳ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ସୁନିଲ କାୟଲ, ସମାଜସେବୀ ଜିତେନ୍ଦ୍ର ବସ୍ତିଆ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଘରର ଖାଦ୍ୟ ପଦାର୍ଥକୁ ନେଇ ଏଭଳି ଏକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସ୍ଥାନୀୟ ଲୁହାକେରା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଣତୀ ପଟ୍ଟନାୟକ, ଲୁସି ଦାଶ, ଶଙ୍ଖରିନା ପ୍ରଧାନ, ସନ୍ତୋଷୀ ମଲ୍ଲିକ, ରଶ୍ମିତା ଚୌଧୁରୀ, ଲୀନା ତ୍ରିପାଠୀ, ମୀନାକ୍ଷୀ ପାଢ଼ୀ, ସବିତା ମହାପାତ୍ର, ମୀନତି ମୋଦୀ, ମମତା ଦାଶ, ବିଷ୍ଣୁପ୍ରିୟା ଦାଶ, ଶୁଭଲକ୍ଷ୍ମୀ ପାତ୍ର, ମଞ୍ଜୁ ରାଣୀ ମେହେର, ଦେବସ୍ମିତା ଶତପଥୀ, ମୌସୁଖୀ ଆଚାର୍ଯ୍ୟ, ଭାଗ୍ୟଶ୍ରୀ ଦାସ, ଗାୟତ୍ରୀ ମହାନ୍ତି, ସସ୍ମିତା ମିଶ୍ର, ବିଶ୍ୱଜିତ ଘୋଷ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଖାଦ୍ୟ ପଦାର୍ଥକୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.