ଆଗଲପୁର, (ସୁଶିଳ କୁମାର ମିଶ୍ର) : ନଅଗାଁ (ଖ) ପଲ୍ଲୀ ଆଲୋକ ପାଠାଗାର ଠାରେ ଆଗଲପୁର ଉଦ୍ୟାନ ବିଭାଗ ଓ ଝରଣଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ଓ ଭାଗ୍ୟଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଲିଃ. ମିଳିତ ଆନୁକୂଲ୍ୟରେ ରବି ଋତୁ ଆଳୁ ବିହନ ବଣ୍ଟନ କରାଯାଇଥିଲା । ଏଥିରେ ଉଦ୍ୟାନ ବିଭାଗ ବ୍ଲକ ଅଧିକାରୀ ଶ୍ରାବଣୀ ମହାପାତ୍ର ଉପସ୍ଥିତ ରହି ଏହି ଚାଷ ବିଷୟରେ ଉପସ୍ଥିତ ଚାଷୀଙ୍କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଝାଇ ଥିଲେ ଓ ଉଦ୍ୟାନ ବିଭାଗ ଉପଲବ୍ଧ ହେଉଥିବା ବିଭିନ୍ନ ବ୍ୟବସ୍ଥା ଯଥା- ଛତୁ ଚାଷ, ଗେଣ୍ଡୁ ଚାଷ ଉପରେ ଚାଷୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ କମ୍ପାନୀର ବୋର୍ଡ ମେମ୍ବର ସମେତ ଚାଷୀ, ମହିଳା ଗୋଷ୍ଠୀ ପ୍ରମୁଖ ଯୋଗଦାନ କରିଥିଲେ । ପଲ୍ଲୀ ଆଲୋକ ପାଠାଗାରରୁ ଗୋବିନ୍ଦ ଚନ୍ଦ୍ର ବିଶି, ଦେବଦତ୍ତ ଦଣ୍ଡସେନା, ଆଶିଷଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।
Prev Post