csstore

ବ୍ରାହ୍ମଣ ଯୁବ ଏକତା ମଞ୍ଚ ଟିଟିଲାଗଡ଼ ଶାଖାର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ତୁଳସୀ ପୂଜନ ଦିବସ ଉପଲକ୍ଷେ ଟିଟିଲାଗଡ଼ ବ୍ରାହ୍ମଣ ସମାଜର ଯୁବବର୍ଗଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଶାଖା ଗଠନ କରିବାର ମୂଳ ଲକ୍ଷ୍ୟ ହେଲା ଯେ, ବ୍ରାହ୍ମଣ ପରିବାରର ଏକତା ଜାରି ରଖିବା, ଯୁବ ପିଢ଼ିକୁ ସମାଜର ସଠିକ୍ ବାଟରେ ନେବା ସହ ଆଗାମୀ ଦିନରେ ବ୍ରାହ୍ମଣ ଯୁବକଙ୍କ ସଂଘ ରୂପେ ଏକ ହୋଇ ଛିଡା ହୋଇ ସମାଜକୁ ଆଗେଇ ନେବା ଉଦ୍ଦେଶ୍ୟ ରହିବ ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଛି । ଏହି ବୈଠକରେ ବ୍ରାହ୍ମଣ ସମାଜର ସମ୍ପାଦକ ସତ୍ୟବ୍ରତ ପଣ୍ଡା, ଭୂପତି ପ୍ରସାଦ ମିଶ୍ର, ଅଭିନାଶ ପାଣିଗ୍ରାହୀ, ମାନସ ରଞ୍ଜନ ପଣ୍ଡା, ଆଶୀର୍ବାଦ ମହାପାତ୍ର, ଆଶୁତୋଷ ମିଶ୍ର, ଶୁଭମ୍ ରଥ, ଅଞ୍ଜନି ପ୍ରସାଦ ଦାସ, ସ୍ୱାଗତ ରଞ୍ଜନ ଗୁରୁ, ଅଭିଳାଷ ତ୍ରିପାଠୀ, କୁନାଲ କୁମାର ଦାସ, ଦେବାଶିଷ ନାୟକ, ଆଶୁତୋଷ ଦାସ, ଭରତ କୁମାର ମିଶ୍ର, ଚନ୍ଦନ ପଣ୍ଡା, ରିତେଶ ଷଡ଼ଙ୍ଗୀ, ସ୍ୱାଗତ ଟାଲି, ଶ୍ରୀତମ ସାଗର ବେଦବାକ, ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.