ରାଜ୍ୟ ସ୍ତରୀୟ ଯୁବୋ ଉତ୍ସବରେ ପାଇକମାଲ ବ୍ଲକ ସାଂସ୍କୃତିକ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନ ଓ ପାଇକମାଲ ବ୍ଲକ ବିକେଏସ୍‌ଏସ୍‌ ଉପ ସଭାପତି ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ବରିଷ୍ଠ ଗବେଷକ ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ପାଇକମାଲ ବ୍ଲକର ୨୭ ଜଣିଆ ଲୋକଗୀତ ଓ ଲୋକ ନୃତ୍ୟରେ ସାଂସ୍କୃତିକ ଦଳ ଭୁବନେଶ୍ୱର ଯାଇଛନ୍ତି । ବରଗଡ଼ରେ ହୋଇଥିବା ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବରେ ପାଇକମାଲ ବ୍ଲକ ଯୋଗଦାନ କରିଥିଲା । ସୁନ୍ଦର ପରିବେଷଣ କରି ଲୋକଗୀତରେ ପ୍ରଥମ ସ୍ଥାନ, ଲୋକ ନୃତ୍ୟରେ ଦ୍ଵିତୀୟ ସ୍ଥାନ ଓ ଡିକ୍ଲାମେସନରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ବରଗଡ ଜିଲ୍ଲା ପାଇଁ ମନୋନୀତ ହୋଇ ଡିସେମ୍ବର ୨୪, ୨୫ ଓ ୨୬ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବୋଉତ୍ସରେ ଭାଗ ନେବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଖବର ଶୁଣିବା ମାତ୍ରେ ବରଗଡ ଜିଲ୍ଲାର ସମସ୍ତ କଳାକାର ଓ ଜିଲ୍ଲା ପ୍ରଶାସନ ଖୁସିବ୍ୟକ୍ତ କରିଛନ୍ତି । ଏଥିରେ ବରଗଡ ଜିଲ୍ଲପାଳ ଆଦିତ୍ୟ ଗୋୟଲ, ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର ହୁସେନ, ପାଇକମାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଉଡ୍ଡୁ ଓ ବରଗଡ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ ବିଶେଷ ଖୁସି ହୋଇ ଯୁବକଳାକାର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡିକ୍ଲାମେସନରେ ପ୍ରଥମ ସ୍ଥାନ ମଧୁସ୍ମିତା ବେହେରା ଓ ସାଂସ୍କୃତିକ ଦଳରେ, ସୁରେନ୍ଦ୍ର ପାତ୍ର, ଅନିଶ କୁମାର ପାତ୍ର, ବିକାଶ ନାଏକ, କ୍ଷୀରସାଗର ବାରିକ, କୈବଲ୍ୟ ସେଠ, ଲକ୍ଷ୍ମୀ ପଶାୟତ, ତିଲୋତ୍‌ତ୍ତମା ମହାକୁଡ଼, ଆରତୀ ଶିକା, ଲିନା ମହାନନ୍ଦ, ରଶ୍ମିତା ଭୋଇ, ସୁହାନି ପଣ୍ଡା, ପ୍ରିୟଦର୍ଶିନୀ ପାତ୍ର, ପ୍ରତିଭା ବାଗ, ସୁରଜ ବରିହ, ସନ୍ତୋଷ ମେହେର, ଶୁକ୍ଳ ବରିହା, ଶତ୍ରୁଘନ ବରିହା, ଶଶିକାନ୍ତ ବରିହା, ଦେବରାଜ ବରିହା, ରସାନନ୍ଦ ବରିହା, ଡୁଡୁ ସାହାଣୀ, ପ୍ରୀତି ତାଟି, ରେଖା ବିନ୍ଧାଣି, ତେଜେଶ୍ୱରୀ ରଣା, ଅନୁ ମଲ୍ଲିକ, ଭଗବାନ ପ୍ରଧାନ ଓ ସନ୍ତୋଷ ବରିହା ଅଛନ୍ତି ।

Leave A Reply

Your email address will not be published.