csstore

କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ସାଙ୍ଗଠନିକ ସଭା

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କଠାରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ସାଙ୍ଗଠନିକ ସଭା ଅନୁଷ୍ଠିତ ହେଇଥିଲା । ସଭାରେ ଉପଖଣ୍ଡ ସଭାପତି ଗିରିରାଜ ଭୋଇ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସଂଯୁକ୍ତ କୃଷକ ସଂଗଠନର ଆବାହକ ଅଜିତ କୁମାର ଶତପଥୀ ଯୋଗଦେଇଥିଲେ । ସଭାରେ କୋଶଲାଞ୍ଚଲର ବିଭିନ୍ନ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, ଜଳସେଚନ, ଜଳ, ଜମିନ, ଜଙ୍ଗଲ, ଦାଦନ, ବେକାରୀ, ଖଣି ଖାଦାନ, ଟାଟା ପାୱାରର ଶୋଷଣ, ଚାଷୀ ମାନଙ୍କର ଧାନ ବିକ୍ରିରେ ବିଳମ୍ବ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବହୁତ ଚାଷୀମାନଙ୍କର ଏବେ ସୁଦ୍ଧା ଧାନ ବିକ୍ରି ଟୋକନ ଆସିନାହିଁ । ମଣ୍ଡିରେ ଧାନ ଉଠାଣ ପୁରା ଠପ, ଚାଷୀ ଅଭାବୀ ବିକ୍ରି ଶିକାର, କଟନୀ ଛଟନୀ ପ୍ରଥା ବନ୍ଦ କରିବା, ଟାଟା ପାୱାର ସ୍ମାର୍ଟ ମିଟର ଲଗେଇ ଉପଭୋକ୍ତାମାନଙ୍କୁ ଶୋଷଣ, ଚଳିତ ପୌଷ ପୂର୍ଣ୍ଣିମା ଦିନ ଯୁକ୍ତ ତିନିର ପରୀକ୍ଷା, କାମ ଧନ୍ଦାର ଅଭାବ ଯୋଗୁଁ ଏଠାକାର ଶ୍ରମିକ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ବିଭିନ୍ନ ପ୍ରକାର ଅନ୍ୟାୟ ଅତ୍ୟାଚାରର ଶିକାର ହେଉଛନ୍ତି । ପଶ୍ଚିମ ଓଡ଼ିଶାରେ ଭିତ୍ତିଭୂମି ଥାଇ ସୁଦ୍ଧା ଏଠାରେ କପା ସୁତା କଳ କାରଖାନା ନାହିଁ, ଆଖୁ ଫେକ୍ଟରୀ ବନ୍ଦ, କେନ୍ଦୁପତ୍ରରୁ ବିଡ଼ି ତିଆରି କାରଖାନା ନକରି ବାହାରକୁ ରପ୍ତାନି କରୁଛନ୍ତି । କେବଳ ଖଣି ଖାଦାନକୁ ଶାଗ ମାଛ ଦରରେ ଆଦାନୀ ଅମ୍ବାନୀ ହାତରେ ଟେକି ଦେବାକୁ ଯୋଜନା କରୁଛି । ଏହି ସମସ୍ୟା ମାନଙ୍କର ସ୍ଥାୟୀ ସମାଧାନ ପାଇଁ ଆଗାମୀ କମ ଦିନ ଭିତରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଗଠନ । ଆଗାମୀ ପୌଷ ପୂର୍ଣ୍ଣିମାରେ ଛେରଛେରା କାର୍ଯ୍ୟକ୍ରମ କରି ପ୍ରତ୍ୟେକ ଗ୍ରାମକୁ ଯିବାକୁ ନିଷ୍ପତ୍ତି । ଆଜିର ସଭାରେ ଜନସନ ନାଗ, ଜନାର୍ଦନ ସିଂ, ପ୍ରକାଶ ସାହୁ, ଚିନ୍ମୟ ପାତ୍ର, ଡାକ୍ତର ପଶାୟତ, ସୁଶୀଲ ରଣା, ପିଣ୍ଟୁ ସେନ୍ଦ୍ରିୟା, ନିରୋଜ ପଟେଲ, ଗଙ୍ଗା ମହାଳିଙ୍ଗ, ରାମଚନ୍ଦ୍ର ମେହେର, ହୃଷିକେଶ ଭୋଇ, ଦୀନବନ୍ଧୁ ରାଓ, ବେଣୁ ହୋତା, ଆଲୋକ ବୁଡ଼େକ, ମଦନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ଉପଖଣ୍ଡ ସମ୍ପାଦକ ଜଗନ ମେହେର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.