csstore

ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଡବନ୍ଧ, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷରେ ଆଞ୍ଚଳିକ ସାଧନ କେନ୍ଦ୍ର ବଡବନ୍ଧର ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଶ୍ରୀରାମ ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କ୍ଷମାନୀଧି ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଚୈତନ୍ୟ ଧରୁଆ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ଶିକ୍ଷକ ରାହାସବିହାରୀ ଭୋଇ ଏବଂ ଖୁସିରାମ ପ୍ରଧାନ ଯୋଗ ଦେଇଥିବାବେଳେ ଆରପି ଭାବେ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ ଯୋଗ ଦେଇଥିଲେ । ଏଥିରେ ଶିଶୁ ବାଟିକା, ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପରିଚାଳନା, ନମୁନା ପାଠଟିକା ଓ ଶିକ୍ଷଣ ସୋପାନ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଆଦି ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ରବିଚନ୍ଦ୍ର ବୁଡେକ, ଜ୍ୟୋତ୍ସ୍ନା ଷାଣ୍ଢ, ଅଶ୍ୱିନୀ ନାୟକ, ସୁଶାନ୍ତ ସାହୁ, ଆଲୋକିନି ପ୍ରଧାନ, ବବିତା ମେହେର, ଅମ୍ବିକା କୁମ୍ଭାର, ବୀଣାପାଣି ବିଶ୍ୱାଳ, ରାମ ପ୍ରସାଦ ସାହୁ, ସୁନୀଲ ପ୍ରଧାନ, ସୁଶୀଳ ପ୍ରଧାନ, ଗୀତାଂସୁ ସାହୁ, ଅଂଶୁମାନ ବିଶ୍ୱାଳ, ମକରଧ୍ୱଜ ପ୍ରଧାନ, ଆର୍ତ୍ତତ୍ରାଣ ବାଗ, ବିଷ୍ଣୁ ମେହେର, ମଧୁସୂଦନ ଭୋଇ, ମୋହନ ମେହେର, ଜଗନ୍ନାଥ ପଧାନ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.