ଭିନ୍ନକ୍ଷମ ଶିଶୁଙ୍କ କାର୍ଯ୍ୟକ୍ରମ କସ୍ତୁରୀ – ୨୦୨୫ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସଦର ଧୁବାମୁଣ୍ଡା ରେଆର କାର୍ଯ୍ୟଳୟ ଠାରେ ରେଆର ସୋନପୁର ତଥା ଜିଲ୍ଲା ଭିନ୍ନକ୍ଷମ ଅବିଭାବକ ସଂଘ ତରଫରୁ ଭିନ୍ନକ୍ଷମ ଶିଶୁଙ୍କ ସୃଜନାତ୍ମକ ଉତ୍ସବ କସ୍ତୁରୀ -୨୦୨୫ ଉଦଘାଟିତ ହୋଇଯାଇଛି । ପ୍ରାରମ୍ଭରେ ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା କସ୍ତୁରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ବିଗତ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେଉଥିବା ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ଭିନ୍ନକ୍ଷମ ଶିଶୁଙ୍କ ଭିନ୍ନ ଏକ ପ୍ରତିଭା ରହିଛ ବୋଲି ପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ତାଙ୍କର ସୃଜନୀ ଶକ୍ତିର ବିକାଶ ହେଉଥିବା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସଚିବ ଦେବାଶିଷ ଦାସ ଯୋଗଦେଇ ଭିନ୍ନକ୍ଷମ ଅଧିକାର କେମିତି କ୍ଷୁର୍ଣ୍ଣ ନ ହେବ ସେ ବିଷୟରେ ଆଇନ ସେବା ପ୍ରାଧିକରଣ ସଜାଗ ରହିଥିବା କହିଥିଲେ । ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସୁଯୋଗ ଦେଲେ ଭିନ୍ନକ୍ଷମ ଭାଇ, ଭଉଣୀମାନେ ଅନେକ ସଫଳତା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ହିମାଂଶୁ ଶେଖର ପଣ୍ଡା ଉପ ନିର୍ଦେଶକ, ପ୍ରସିକୁଶନ, ସୁବର୍ଣ୍ଣପୁର ଯୋଗ ଦେଇ ଭିନ୍ନକ୍ଷମମାନେ ଆମକୁ ବିଭିନ୍ନ କ୍ଷେତ୍ରରେ ଗୌରବନ୍ୱିତ କରୁଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଆର ଉପ ସଭାପତି ପଦ୍ମିନୀ ବକ୍ସି ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ ଶେଷରେ ମୋନଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ତରଭା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ପରିଚାଳନା କରିଥିଲେ । ଏଥିରେ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲାରୁ ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କ ଅଭିଭାବକ ଅଂଶଗ୍ରହଣ କରିଥିଲେ ଅପରାହ୍ନରେ ଶିଶୁ ମାନଙ୍କୁ ବ୍ୟଙ୍ଗ ଚିତ୍ରାଙ୍କନ, ପଥର ଚିତ୍ରାଙ୍କନ, କାଗଜ କଳା ତାଲିମ୍ ପ୍ରଦାନ କରାଯାଇଥିଲା । ଏହାକୁ ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରଭାସ ମେହେର, ସତ୍ୟ ମେହେର ପରିଚାଳନା କରିଥିଲେ ଏବଂ ଧ୍ୱନି ସ୍ୱତନ୍ତ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ସନ୍ଧ୍ୟାରେ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.