csstore

ବିଲେଇସରଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

-“ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ପ୍ରତିଯୋଗିତା ଏକ ଅତ୍ୟାବଶ୍ୟକ ଉପାଦାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସରଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ମୁଖ୍ୟଅତିଥି, ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ଅନନ୍ତ ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ମାନବ ଜୀବନରେ କ୍ରୀଡାର ଗୁରୁତ୍ୱ ଅତ୍ୟଧିକ ରହିଛି ବୋଲି କହିବା ସହ ପାଠପଢା ସହିତ ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ପ୍ରତିଯୋଗିତା ଏକ ଅତ୍ୟାବଶ୍ୟକ ଉପାଦାନ ବୋଲି କହିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଚାରୋଟି ବିଭାଗରେ ୩୨ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବାଳକ ବିଭାଗରେ ଚିନ୍ମୟ ରଣା ଓ ବାଳିକା ବିଭାଗରେ ତନୁଶ୍ରୀ ଦାସ ଚାମ୍ପିୟନ ହୋଇଥିଲେ । ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ କାହ୍ନୁ ଚରଣ ଧରୁଆ । ଶିକ୍ଷକ ପଙ୍କଜ ମେହେର, ପ୍ରଦୀପ ଦଣ୍ଡସେନା, ମୁରାରୀ ପ୍ରସାଦ ପର୍ଡ଼ିଆ, ସଂଜୀବ ମିଶ୍ର, ଅଶ୍ୱିନୀ ମହାଲିଙ୍ଗ, ସୁଜିତ ଦେହେରୀ, ପ୍ରମୋଦ ବିଶ୍ୱାଳ, ଶିକ୍ଷୟିତ୍ରୀ ନିରୋତମା ବିଶ୍ୱାଳ, ରଶ୍ମିତା ବିଶ୍ୱାଳ,ସୁଷମା ମେହେର, ପ୍ରତିଶା ମିଶ୍ର, ପ୍ରଜ୍ଞା ପରମିତା ଖୁଆସ, ନିହାରିକା ପ୍ରଧାନ, ଲିଲି ମହାନନ୍ଦ ପ୍ରମୁଖ କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.