ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

  • “ବାର୍ଷିକ କ୍ରୀଡା ଶିଷ୍ଟାଚାର, ଶୃଙ୍ଖଳା ଓ ଦଳଗତ ଭାବନାର ମୂଲ୍ୟବୋଧ ଶିଖାଏ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଏଡିଇଓ ରୀନା କୁମାରୀ ବେହେରା, ଏଡିଇଓ ସେବାଶ୍ରୀ ଭୋଇ, ଅବସରପ୍ରାପ୍ତ ଖେଳ ଶିକ୍ଷୟତ୍ରୀ ରାଜ ନନ୍ଦିନୀ ବହିଦାର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ସମଗ୍ର ବିକାଶରେ ଗୁରତ୍ୱପୂର୍ଣ୍ଣ ଭୂମିକା ନେବା ସହ ଶିଷ୍ଟାଚାର, ଶୃଙ୍ଖଳା ଓ ଦଳଗତ ଭାବନାର ମୂଲ୍ୟବୋଧ ଶିଖାଏ ଏବଂ ଶାରୀରିକ ସୁସ୍ଥତା, ମାନସିକ ସାହସ ଓ ଚରିତ୍ର ଗଠନର ଏକ ଶକ୍ତିଶାଳୀ ଉପାୟ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଜସ୍ମିନ ଜଲୀ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ ରିତୁପ୍ରିୟା ନନ୍ଦ । ଖେଳ ଶିକ୍ଷୟିତ୍ରୀ ଯଶୋବନ୍ତି ବେହେରା ବାର୍ଷିକ କ୍ରୀଡା ଉତ୍ସବର ରିପୋର୍ଟ ପ୍ରଦାନ କରିଥିଲେ । ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗକୁ ନେଇ ମୋଟ ୩୭ଟି ବିଭାଗରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.