କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିନି ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯିବ

ଜଗତସିଂହପୁର : କୁଜଙ୍ଗର କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଦୁଇ ବରପୁତ୍ର ନାରାୟଣ ବୀରବର ସାମନ୍ତ ଓ ସନ୍ଥ ରାଜୀବ ଲୋଚନ ଦାସଙ୍କ ନାମରେ ନାମିତ ସମ୍ମାନ ତିନିଜଣ ସାରସ୍ୱତ ସାଧକଙ୍କୁ ପ୍ରଦାନ କରାଯିବ । କବି ପିତାମ୍ବର ତରାଇଙ୍କୁ ନାରାୟଣ ବୀରବର ସମ୍ମାନ, ବନମାଳୀ ସାହୁଙ୍କୁ ସନ୍ଥ ରାଜୀବ ଲୋଚନ ଦାସ ସମ୍ମାନ ଓ ଯୁବ ଲେଖକ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କୁ କାଳିଆପାଟ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ନିର୍ମଳା ରାଉତଙ୍କ ଉପନ୍ୟାସ ଗଲାଣି ତ ଗଲା କଥା ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.