କୁନ୍ତରା କଲେଜରେ ସମ୍ବିଧାନ ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଜି.ପି.ଆର୍‌ କଲେଜ, କୁନ୍ତରା, ଜିଲ୍ଲା ସମ୍ବଲପୁରର ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ଅଧ୍ୟାପିକା ଦୀପିକା ବେହେରା, ମୁଖ୍ୟବକ୍ତା ରସାୟନ ବିଜ୍ଞାନ ଅଧ୍ୟାପକ ରୁଦ୍ର ପଟେଲ ଯୋଗ ଦେଇଥିଲେ । ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଯୋଗେନ୍ଦ୍ର ମୁଦୁଲି, ତୁଳାରାମ ଦଣ୍ଡସେନା ଓ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସଭାରେ ଉପସ୍ଥିତ ଥିଲେ । ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଉପରେ ଆଲୋଚନା ହୋଇଥିଲା । ବକ୍ତାମାନେ ନିଜର ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ଗଠନ ଦିଗରେ ସତତ ଚେଷ୍ଟିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଅରୁଣ କୁମାର ପୃଷେଠଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଅଧ୍ୟାପକ ଯୋଗେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.