ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନିକଟରେ ଥିବା ଚନ୍ଦ୍ରପୁର ସ୍ଥିତ ଆମ୍ର କାନନ ପରିସରରେ ରବିବାର ୧୧ଟା ସମୟରୁ ସଇଁନ୍ତଲା ସମିତି ଅଧିନରେ ଥିବା ସଭ୍ୟସାଇ ଭଜନ ମଣ୍ଡଳୀ, ଚନ୍ଦ୍ରପୁର ଆନୁକୂଳ୍ୟରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ରବିବାର ପ୍ରାତଃ ସାଢ଼େ ୪ଟା ସମୟରେ ଓଁକାର ସୁପ୍ରଭାତ ଓ ନଗର ସଂକିର୍ତ୍ତନ୍ୟ, ଷୋଢ଼ଶୋପଚାର ପୂଜା, ଲକ୍ଷାର୍ଚ୍ଚନା, ୧୦ଟା ସମୟରେ ଜଳପାନ, ସାଢ଼େ ୧୦ଟା ସମୟରେ ଭଜନ, ୧୧ଟା ସମୟରେ ସ୍ୱାଗତ ଭାଷଣ, ପରେ ପରେ ସତସଂଘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାଢ଼େ ୧୧ଟାରେ ବାଳ ବିକାଶ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସର୍ବ ଧର୍ମ ପ୍ରାର୍ଥନା ଓ ଆରତୀ ଏବଂ ଦେଢ଼ଟା ସମୟରେ ନାରାୟଣ ସେବା ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଜରାସିଂହା ସହ ବିଭିନ୍ନ ଗାଁରୁ ଶତାଧିକ ସାଇ ଭକ୍ତ ଯୋଗଦେଇଥିଲେ । ଆବାହକ କୁମାର ଷାଣ୍ଢ ସ୍ୱାଗତ ଭାଷଣ ଓ ସାଇ ସ୍ମିତା ପୁଟେଲ ଓ ସାଇ ଗାୟତ୍ରୀ ପୁଟେଲ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କ୍ଷିରସାଗର ଭୋଇ ଯୋଗଦେଇ ଗୋଟିଏ ଜାତି ମାନବଜାତି, ଗୋଟିଏ ଭାଷା ହୃଦୟର ଭାଷା ଓ ଗୋଟିଏ ଧର୍ମ ପ୍ରେମର ଧର୍ମ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ରାଜୁ ପଟେଲଙ୍କ ଦ୍ୱାରା ପରିଚାଳିତ ବାଳବିକାଶ କାର୍ଯ୍ୟକ୍ରମରେ ସତ୍ୟସାଇ ବାବାଙ୍କ ଜୀବନୀ ବିଷୟରେ କୁମାରୀ ରୋଜିତା ପଧାନ ମତ ପ୍ରକାଶ କରିଥିବା ବେଳେ, ନାରୀ ସଶକ୍ତିକରଣ ବିଷୟରେ ପୁଷ୍ପାଞ୍ଜଳୀ ମେହେର ମତ ବ୍ୟକ୍ତ କରିଥିଲେ । ସତ୍ୟସାଇ ସମ୍ଭାଷଣ ପ୍ରଦୀପ ତ୍ରିପାଠୀ ଓ ସୁବ ସଂଯୋଜକ ଫକିର ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।