ଇକାର୍ଡାର ଅନ୍ତର୍ଜାତିକ ବୈଜ୍ଞାନିକଙ୍କ ହରଡ଼ ବିହନ ଉତ୍ପାଦନ କ୍ଷେତ୍ରର ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାଲି ଜାତୀୟ ଫସଲ ଉତ୍ପାଦନରେ ବଲାଙ୍ଗିର ଏକ ଅଗ୍ରଣୀ ଜିଲ୍ଲା । ଓଡିଶା ସରକାର ଓ ଆନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ର ମିଳିତ ସହଯୋଗରେ ଦେଓଗାଁ ବ୍ଲକ ଅନ୍ତର୍ଗତ ପରୁଆଭାଡି ଗ୍ରାମରେ ବିଭିନ୍ନ କିସମର ହରଡର ପରୀକ୍ଷାମୂଳକ ଭାବରେ ଚାଷ କରାଯାଇଛି ଓ ଏହାର ପ୍ରଦର୍ଶନକୁ ବୈଜ୍ଞାନିକ ଉପାୟରେ ଲିପିବଦ୍ଧ କରାଯାଉଛି । ଡ. ଅଗସ୍ତୋ ଡେପୁଟି ଡାଇରେକ୍ଟର ଜେନେରାଲ (ଗବେଷଣା) ଇକାର୍ଡା, ଡ. ଶିବ କୁମାର ଅଗ୍ରୱାଲ ଆଂଚଳିକ ସଂଯୋଜକ ଇକାର୍ଡା, ପ୍ରିୟଙ୍କା ମାଥୁର, ମାନବ ସମ୍ଭଳ ଇକାର୍ଡା ଓ ଧିରେନ୍ଦ୍ର ସିଂ ବେରିଆ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଡ. ସତ୍ୟମୟ ଶତପଥି ମୁଖ୍ୟ କେବିକେ ବଲାଙ୍ଗିର ଉପରୋକ୍ତ କ୍ଷେତ୍ର ପରିଦର୍ଶନ କରିଥିଲେ ଓ ଜିଲ୍ଲାର ଅଗ୍ରଣୀ ହରଡ଼ ବିହନ ଉତ୍ପାଦକମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହା ଡ. କିଶୋର ବେହେରା ଓଡିଶା ପ୍ରତିନିଧି ଇକାର୍ଡା ଓ ବିଜୟ କୁମାର ଶତପଥି ଜିଲ୍ଲା ସଂଯୋଜକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.