jsm

ବଡଦେଓ ଲୋକ ନାଟକ ମହୋତ୍ସବ – ୨୦୨୫ ଉଦଯାପିତ

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ତଥା ଲୋଇସିଂହା ଆଦିବାସୀ ଯୁବକ ସାଂସ୍କୃତିକ ସଂଘ ଓ ସୁରସଂଗମ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ବଡ଼ଦେଓ ଲୋକନାଟକ ମହୋତ୍ସବ -୨୦୨୫ ସମାରୋହରେ ଉଦଯାପିତ ହୋଇଯାଇଛି । ପ୍ରାରମ୍ଭରେ ମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା ପୂର୍ବକ କିନ୍ନର ଭଉଣୀ ମାନଙ୍କ ଦ୍ଵାରା ଓ ସୁର ସଂଗମର କଳାକାର ମାନଙ୍କୁ ନେଇ ସମଲେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ନରେନ୍ଦ୍ର ହୋତା ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ନିସାର ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ମାଝୀ, ନାଟ୍ୟକାର ଜୀତେନ୍ଦ୍ର ପଟ୍ଟନାୟକ ଓ ପବିତ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ମା’ ପୂର୍ଣ୍ଣିମାସି ରାମଲୀଳା କଳା ପରିଷଦ, ତଲିଉଡାର ଦ୍ଵାରା “ସୀତା ହରଣ’ ନାଟକ ଓ ସୁର ସଂଗମ ପ୍ରସ୍ତୁତି ୧୯ ତମ ନାଟକ “ଚଘଲା ମାଛର ମୁଡେ ଠେଁଗା” ପରିବେଷିତ ହୋଇଥିଲା । ସମ୍ପାଦକ ସରୋଜ ମହାକୁର ଓ ସରୋଜ ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୁନା ବାରିକ, ଗଜାନନ ନାଏକ, ବିରେନ୍ଦ୍ର ବେହେରା, ରାଜେନ୍ଦ୍ର ଶତପଥୀ, ସୁସ୍ମିକା ବେହେରା, ଜାହିଦ ଖାନ, ଦେବେନ୍ଦ୍ର କୁମାର ମିସ୍ତ୍ରୀ, ସତ୍ୟ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.