jsm

କୁଡ଼ାସିଂହାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିନ ଏହି ବିଜ୍ଞାନ ମେଳାରେ ବଲାଙ୍ଗିର, କୁଡାସିଂହା, ଫାସଡ଼ ଓ ଶିବତଲା ଶାଖାର ୨୫୦ଜଣ ଶିଶୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀମତୀ ସିକତା ନନ୍ଦ ଉଦଘାଟନ କରିଥିଲେ । ବିଦ୍ୟାଳୟର ସମୂହ ସଭାପତି ଯୋଗେଶ୍ୱର ମହାନ୍ତି, ପୃଷ୍ଟ ପୋଷକ ଇନ୍ଦ୍ରମଣି ଅତବୁଦ୍ଧି, ପ୍ରଯୋଜିକା ଶ୍ରୀମତୀ ନମିତା ମହାନ୍ତି, ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତି, ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ସାହୁ, ହରେକୃଷ୍ଣ ସାହୁ, ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ୱାରାଣୀ ସାହୁ, ସମିତି ସଭ୍ୟା କାମିନୀ ପୁଟେଲ, ପୁରୁଷୋତ୍ତମ ଦାଶ, ଲିଙ୍ଗରାଜ ପୁଟେଲ, ବୀର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଫକୀର ସାହୁ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ, ଚାର୍ଟ ପ୍ରଦର୍ଶନ ଏବଂ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଚାପ ବଗର୍ତ୍ତି, ଗାୟତ୍ରୀ ପୁଟେଲ, ବାଙ୍କବିହାରୀ ରଥ, ମୁକେଶ ନାଗ ଆଜ୍ଞା ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ସମସ୍ତ ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପ୍ରଯୋଜିକା ନମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.