- ୧,୦୭,୨୯,୫୯୩ ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ
ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ମେଳା ପଡିଆ ଠାରେ ତିନି ଦିନ ଧରି ଚାଲିଥିବା ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି । ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଯନ୍ତ୍ରପାତି ବିକ୍ରେତା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ଓ ପ୍ରସାର, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳୀନ ବୁକିଂର ବ୍ୟବସ୍ଥା ଥିଲା । ଏହି ମେଳାରେ ସମୁଦାୟ ୭୩ ଜଣ ଚାଷୀଙ୍କ ବୁକିଂ ଏବଂ ୧,୦୭,୨୯,୫୯୩ ଟଙ୍କାର ୯୨ଟି କୃଷି ଯନ୍ତ୍ରପାତି ବିକ୍ରୟ ହୋଇଛି । ଯାହା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୯,୬୮,୨୮୫ ଟଙ୍କାର ସବସିଡି ପ୍ରଦାନ କରାଯାଇଛି । ଏହି ଉଦଯାପନ କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ କୃଷି ଅଧିକ୍ଷଣ ଯନ୍ତ୍ରୀ ସମ୍ବଲପୁର ନରେନ୍ଦ୍ର କୁମାର ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ପାନପୋଷ ଜି. ଜୟନ,କୃଷି ଜିଲ୍ଲା ଅଧିକାରୀ, ବଣାଇ ମନୋଜ କୁମାର ପ୍ରଧାନ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ରାଉରକେଲା ଡ. ଜୟନ୍ତ କୁମାର ପତି, ବୈଜ୍ଞାନିକ ସମରେନ୍ଦ୍ର ବରାଳ, କାର୍ଯ୍ୟନିର୍ବାହି ଇଞ୍ଜିନିୟର (କୃଷି) ସୁନ୍ଦରଗଡ଼ ପରମାନନ୍ଦ ପ୍ରଧାନ, ସହାୟକ କାର୍ଯ୍ୟନିର୍ବାହି ଇଞ୍ଜିନିୟର (କୃଷି) ପାନପୋଷ ଶ୍ରୀମତୀ ଅଞ୍ଜଳି ଡୁଡୁମ, ସହାୟକ କୃଷି ଇଞ୍ଜିନିୟର ପାନପୋଷ ରିପୁ ସୁଦନ ମାଝି, ସହାୟକ କୃଷି ଇଞ୍ଜିନିୟର ରାଜଗାଙ୍ଗପୁର କୌଶଳ ସା, ସହାୟକ କୃଷି ଇଞ୍ଜିନିୟର ନୂଆଗାଁ ନିତିଶ କୁମାର, ଜିଲ୍ଲା ପ୍ରବନ୍ଧକ (ଓ.ଏ.ଆଇ.ସି.) ସୁନ୍ଦରଗଡ଼ ସୁବୋଧ ତନୟ ପାଣିଗ୍ରାହୀ, ବ୍ଲକ କୃଷି ଅଧିକାରୀ ନୂଆଗାଁ ସତ୍ୟବ୍ରତ ସାହୁ, ବ୍ଲକ କୃଷି ଅଧିକାରୀ ଲାଠିକଟା ଶ୍ରୀମତୀ ସୁପ୍ରିୟା ଦାସ, ବ୍ଲକ କୃଷି ଅଧିକାରୀ କୁଆରମୁଣ୍ଡା ଶ୍ରୀମତୀ ରାଜଲକ୍ଷ୍ମୀ ମହାନ୍ତି, ବ୍ଲକ କୃଷି ଅଧିକାରୀ ବିଶ୍ରା ମଞ୍ଜୁବାଳା ନାଏକ, ସହାୟକ କୃଷି ଅଧିକାରୀ କୁଆରମୁଣ୍ଡା ଶ୍ରୀମତୀ ନାରାୟଣୀ ମେହେର ଏବଂ ସହାୟକ କୃଷି ଅଧିକାରୀ ହାତିବାରି ଲିସା ଲିସ୍ମୟୀ ହାନ୍ସଦାହ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।