ଲୋଇସିଂହା କପ ଫୁଟବଲ – ଫାଇନାଲରେ ସମ୍ବଲପୁର ଓ ବୌଦ୍ଧ ମଧ୍ୟରେ ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣମେଣ୍ଟ”ର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଏକାଦଶ ୪-୧ ଗୋଲରେ ଝାରସୁଗୁଡ଼ାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ସମ୍ବଲପୁର ତିହୁରା ଫୁଟବଲ କ୍ଲବ ଓ ବୌଦ୍ଧ ଗେଲ୍ଲା ମା’ ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ ଗୋପାଳ ପଧାନ, କରୁଣାକର ପଧାନ, ସଞ୍ଜୀବ ସାହୁ, ସୁରେଶ ନାଏକ ଖେଳ ପରିଚାଳନା କରିଥିଲେ । ଆଜିର ମ୍ୟାଚରେ ପିଣ୍ଟୁ ଓରାମ “ପ୍ଲେୟାର ଅଫ୍ ଦି ମ୍ୟାଚ୍” ବିବେଚିତ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଆଇନ ମନ୍ତ୍ରୀ ତଥା ଟ୍ରଷ୍ଟବୋର୍ଡ ସଭାପତି ନରସିଂହ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ, ଟ୍ରଷ୍ଟ ବୋର୍ଡ ସମ୍ପାଦିକା ସ୍ମିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟବୋର୍ଡ ସଦସ୍ୟ ବିଭୂତି ଭୂଷଣ ସାହାଣୀ, ଦିଲୀପ ବେହେରା, ବିଶ୍ଵନାଥ ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ । ଆସନ୍ତାକାଲି ବୌଦ୍ଧ ଓ ସମ୍ବଲପୁର ମଧ୍ୟରେ ପ୍ରତିଯୋଗିତାର ଅନ୍ତିମ ତଥା ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଶିବ ଅଗ୍ରୱାଲ, ଦେବବ୍ରତ ବିଶ୍ଵାଳ, ଆନନ୍ଦ ପଟେଲ, ଚତୁର ଦଲେଇ, ଭାଗବତିଆ ଭୋଇ, ରଞ୍ଜନ ବେହେରା, ଟିକୁ ପାଣ୍ଡିଆ, ପ୍ରକାଶ ମହାରଣା, ସିଲୁ ସେବକ, ମନୋଜ ମାହାଣା, ବୁଲୁ ବହିଦାର, ନଜୁ ଖାନ, ବୁଦ୍ଧିଆ ନାଏକ, କରଣ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.