jayashree

ଖଲ୍ଲିକୋଟର ଅବଦୁଲ୍ କଲାମ୍ ଟ୍ରଷ୍ଟ ପକ୍ଷରୁ କବିତା ପାଠୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ନିକଟସ୍ଥ ଚର୍ଚ୍ଚ ପଡ଼ିଆରେ ଅଗ୍ରଣୀ ସଂଗଠନ “ଅରୂପା” ଆନୁକୂଲ୍ୟରେ ଆୟୋଜିତ ବ୍ରହ୍ମପୁର ବାଣିଜ୍ୟ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନଗରୀର ଅଗ୍ରଣୀ ସଂଗଠନ ଡଃ. ଏ.ପି.ଜେ. ଅବଦୁଲ୍ କଲାମ୍ ଜନକଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ କବିତା ପାଠୋତ୍ସବ ଗତ ରବିବାର ଆୟୋଜିତ ହୋଇଯାଇଛି । ଅବଦୁଲ୍ କଲାମ୍ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ଆସର ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ କବି ସମାଜସେବୀ ଇଞ୍ଜିନିୟର ପ୍ରଭାତ କୁମାର ଷଡ଼ଙ୍ଗୀ ଏହି ସାରସ୍ୱତ ସମାବେଶରେ ଯୋଗଦେଇ ଏକ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି କଣ୍ଠଶିଳ୍ପୀ ବି.ସତ୍ୟମ୍ ଆଚାରୀ ପ୍ରାରମ୍ଭିକ ସଙ୍ଗୀତ ସ୍ୱରୂପ ଭଜନ ପରିବେଷଣ କରି ଉକ୍ତ ସାରସ୍ଵତ ସାମାବେଶରେ ମନ୍ତ୍ରମୁଗ୍ଧ ଆଣି ଦେଇଥିଲେ । ବିଶିଷ୍ଟ ନାଟ୍ୟକାର, କବୟିତ୍ରୀ, ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପିକା ଦାଶ, ଶିକ୍ଷାବିତ ତଥା ବରିଷ୍ଠ କବି ପ୍ରମୋଦ କୁମାର ପଣ୍ଡା, ଆଇନଜୀବୀ ସମାଜସେବୀ କବି ବିଜୟ ଚନ୍ଦ୍ର ମିଶ୍ର, ବିଶିଷ୍ଟ କବି ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡ଼ା. ରାଜେନ୍ଦ୍ର କୁମାର ବେହେରା ମଞ୍ଚାସୀନ ଥିଲେ । କବୟିତ୍ରୀ ସୁପ୍ରଭା ରାଉତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ଅଧ୍ୟାପିକା ତଥା ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କ ସଂଯୋଜନାରେ ବହୁ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନ୍ୟତମ ଆକର୍ଷଣ ଥିଲା ଖଲ୍ଲିକୋଟର ସୁଶ୍ରୀ ଶୁଭ ଲକ୍ଷ୍ମୀ ଦାସ କୁନି ନୃତ୍ୟଶିଳ୍ପୀ ଏକ ସୁନ୍ଦର ନୃତ୍ୟ-ଛନ୍ଦ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ସଭା ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ତଥା କବି ଶ୍ରୀମତୀ ସରୋଜବାଳା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.