ନୂଆଁଖାଇ ଭେଟଘାଟ -୨୦୨୫ ଅବସରରେ କଳାକାର ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର ତରଫରୁ ନୂଆଁଖାଇ ଭେଟଘାଟ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ ଏହି ଭେଟଘାଟରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ କଳାକାର ସମାବେଶରେ ସଭାପତିତ୍ୱ କରିଥିଲେ ଫାଉଣ୍ଡେସନର ଚେୟାରମେନ ବିଧୂଭୂଷଣ ସିଂହଦେଓ । ସାଧାରଣ ସଂପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ନୂଆଁଖାଇ ଭେଟଘାଟ ଅବସରରେ କଳାକାର ସମାବେଶ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀ ନିଜର ଅଭିଭାଷଣ ପ୍ରଦାନ କରି ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ବିଭିନ୍ନ୍‌ ଅଚଂଳରୁ ଆସିଥିବା ଶତାଧିକ କଳାକାର ନିଜର ଭାବ ଆଦାନ ପ୍ରଦାନ କରିବା ସହିତ କଳା ପ୍ରଦର୍ଶନ କରିଥିିଲେ । ଜିଲ୍ଲା କଳାକାର ସଙ୍ଘର ଉପ-ସଭାପତି ସୁଦାମ ବିଶି, ବର୍ଷିଆନ କୀର୍ତ୍ତନ ଗୁରୁ ପରମାନନ୍ଦ ମାଝି ଓ ବରିଷ୍ଠ ପାଲା ଗୁରୁ ରସରାଜ ବୁଡେକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅପରାହ୍ନ ଅଧିବେଶନରେ ବରେଣ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ ଓ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଯୋଗ ଦେଇଥିଲେ । ଅତିଥିମାନେ କଳା ଓ ସଂସ୍କୃତିର ପ୍ରର୍ଦଶନ ବବିଷ୍ୟତ ପିଢି ପାଇଁ ପଥ ପ୍ରଦର୍ଶକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଲୁଚକିବନ୍ଧ, କଅଗାଁର ସାଂସ୍କୃତିକ ଦଳ, ଶ୍ରୀରାମ କିର୍ତ୍ତନଧାରାର କଳାକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ କଳାକେନ୍ଦ୍ର, ବଲାଙ୍ଗିରର କଳାକାରମାନେ ଲୋକ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ଉପ-ଶାସନ ସଚିବ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀରାମ କଲଚରାଲ ଗ୍ରୁପର ସଭାପତି ମନ୍ମୟ ତ୍ରିପାଠୀ, ଚିଙ୍କୁ ପ୍ରଧାନ, ସତ୍ୟନାରାୟଣ ଗହୀର, ହାଡିବନ୍ଧୁ ତ୍ରିପାଠୀ, ଶ୍ରୀମୟ ତ୍ରିପାଠୀ, ପ୍ରସନ୍ନ ଗହୀର ଓ ସନ୍ତୋଷ ବାଗ । ଆଖପାଖ ଗ୍ରାମର ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.