ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ପାତ୍ରପୁର ବ୍ଲକ ଅଧୀନ ଓଡିଶା ଆଦର୍ଶ ବିଦ୍ୟାଳୟ,ବାଦପୁର ପରିସରରେ ମଙ୍ଗଳବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଧ୍ୟତା ମୂଳକ ଶିକ୍ଷା, ମୌଳିକ ଅଧିକାର, ପୋକସୋ ଆକ୍ଟ, ପୋସ ଆକ୍ଟ, ଜେଜେ (ସିପିସି )ଆକ୍ଟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥଲା । ବାଦପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀମତୀ ସଞ୍ଜୁବାଳା ନାୟକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ମଲ୍ଲିକ ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶିକ୍ଷକ ରାଜୀବ ଦଳାଇ । କାର୍ଯ୍ୟକ୍ରମରେ ବାଦପୁର ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାତ୍ରପୁର କୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଦ୍ୱାରା ସଫଳ ରୂପେ ପରିଚାଳିତ ହୋଇଥିଲା ।