ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର କରାତଳି ବିଦ୍ୟାଳୟରେ ଜାତୀୟ ଶିଶୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଜ୍ଞାନବିଜ୍ଞାନ ମେଳା ଆୟୋଜନ ହୋଇଥିଲା । ଏହି ମେଳାରେ ଛତ୍ରପୁର ମଣ୍ଡଳର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଦ୍ୟା ମନ୍ଦିର ସଭାପତି ସୋମନାଥ ନାହାକ ମୁଖ୍ୟଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ବିପୁଳିଙ୍ଗି ସମିତିସଭ୍ୟ ସନ୍ଧ୍ୟା ପ୍ରଧାନ, ବିଦ୍ୟା ମନ୍ଦିର ସମ୍ପାଦକ ରାଜେନ୍ଦ୍ର ନାହାକ, ପରିଚାଳନା ସମିତିର ସଭ୍ୟ ମାଧବ ନାହାକ ବିଚାରପତି ରୂପେ ପ୍ରକଳ୍ପ ପ୍ରଦର୍ଶନ କରି ଶିଶୁ ଚୟନ କରିଥିଲେ । ସମସ୍ତ ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ପ୍ରକଳ୍ପ ମାନଙ୍କୁ ଚୟନ କରି ପୁରସ୍କୃତ କରାଗଲା ଏବଂ ଅନ୍ୟ ସମସ୍ତ ପ୍ରକଳ୍ପ ମାନଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ଧ୍ୟାରାଣୀ ଶତପଥୀ ସମସ୍ତ କାର୍ଯ୍ୟର ସୂଚାରୁ ରୂପେ ପରିଚାଳନା କରିଥିଲେ । ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଥିଲା । ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ସମସ୍ତ ଛାତ୍ରଛାତ୍ରୀ, ଅତିଥି, ଅଭିଭାବକମାନେ ପ୍ରସାଦ ସେବନ କରିବା ପରେ ପ୍ରଧାନ ଆଚାର୍ଯ୍ୟ ସନ୍ଧ୍ୟାରାଣୀ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.