ତମାଖୁ ମୁକ୍ତ ଅଭିଯାନ ଓ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ, ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାନ୍ଧପାଲି ଠାରେ ତମାଖୁ ମୁକ୍ତ ଅଭିଯାନ ଓ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥବିର ବୁଡ଼େକ ଓ ଅନ୍ୟାନ୍ୟ ଶିକ୍ଷକ ଅଶ୍ୱିନୀ କୁମାର ବେହେରା, ପ୍ରସନ୍ନ କୁମାର ତାଣ୍ଡି, ହେମାକାନ୍ତ ମେହେର, ଶିକ୍ଷୟତ୍ରୀ ସାଗରିକା ଘିବିଲା, ଦିପ୍ତିମୟୀ ପଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରୋଜି ଘିବିଲା, ମହିଳା ସ୍ୱାସ୍ଥ୍ୟ କର୍ମୀ ରିକିମା ପଧାନ, ମଞ୍ଜୁ ପଧାନ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶଶାଙ୍କ କୁମାର ବିଶି, ଆଶା କର୍ମୀ ଯମୁନା ବୁଡ଼େକଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶପଥପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.