ଅକ୍ଷୟ ମହାନ୍ତିଙ୍କ ପୂଣ୍ୟତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂଗୀତ ଜଗତର ମୁକୁଟ ବିହିନ ସମ୍ରାଟ କିମ୍ବଦନ୍ତୀ ଗାୟକ, କଥାକାର ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୨୩ତମ ପୂଣ୍ୟତିଥି ଅବସରରେ ଫ୍ୟାନ୍ସ କ୍ଲବ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ କ୍ଲବ ପକ୍ଷରୁ କୋଏଲ ନଗରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାବେଶକୁ ମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ରଘୁନାଥପାଲୀ ବିଧାୟକ ଦୂର୍ଗା ଚରଣ ତନ୍ତୀ । ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପୁହାଣ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ସମାଜସେବୀ ସୁରେଶ ଚନ୍ଦ୍ର ପ୍ରଧାନ, ସରେଜ କୁମାର ନାୟକ ଓ ଗୌତମ ବାଡା । ଏହି ଅବସରରେ ମୁଖ୍ୟଅତିଥି ଓଡିଆ ସଂଗୀତ ତଥା ସାହିତ୍ୟ ଜଗତକୁ ଅକ୍ଷୟ ମହାନ୍ତିଙ୍କ ଅଜସ୍ର କୃତି ଚିରକାଳ ଓଡିଆ ଜନଜୀବନକୁ ପ୍ରଭାବିତ କରୁଥିବ ବୋଲି ଉଲ୍ଲେଖ କରିଥିବା ବେଳେ ଧିରେନ ସେନାପତି ସ୍ୱର୍ଗତ ଅକ୍ଷୟଙ୍କ ସହ ବିତିଥିବା ଅନେକ ଅଭୁଲା ମୂହୁର୍ତ୍ତର ସ୍ମୃତିଚାରଣ କରିଥିଲେ । ଏହି ଉପଲକ୍ଷେ ବହୁସଂଖ୍ୟାରେ ସମବେତ ଅକ୍ଷୟପ୍ରେମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇ ଦୀପଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ଇପ୍ସିତା ବିଶ୍ୱାଳ, ତ୍ରିବିକ୍ରମ ମାଝି, ଅଜିତ କୁମାର ସାମଲ, ଚିତ୍ତ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ପରିଶେଷ କୁଅଁର, ଅଂଜନ କୁମାର ନାୟକ ସଂଚାଳନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତି ରଂଜନ ରାଉତ ।

Leave A Reply

Your email address will not be published.