ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ, ରାଉରକେଲା ଆୟୋଜିତ ୨୦ତମ ଶିଶୁ ମହୋତ୍ସବ ଅବସରରେ ନଭେମ୍ବର୧୭ ତାରିଖ ଦ୍ୱିତୀୟ ଦିବସ ଅପରାହ୍ଣରେ ସିଭିକ୍ ସେଣ୍ଟର ମଂଚରେ ମଂଚସ୍ଥ ହୋଇଥିଲା ୯ଟି ନାଟକ । ସର୍ବ ପ୍ରଥମେ ସେକ୍ଟର ୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ପରିବେଷଣ କରିଥିଲା ନାଟକ “ଗ୍ୟାନ ନା ଷ୍ଟାଟସ୍”, ପରେ ଡି.ଏ.ଭି ପବ୍ଲିକ୍ ସ୍କୁଲ, ସେକ୍ଟର୧୬ ଦ୍ୱାରା ନାଟକ” ଅପେକ୍ଷା” ମଂଚସ୍ଥ ହୋଇଥିବା ବେଳେ ୩ୟ ନାଟକ ଲକ୍ଷ୍ମୀର ଅଭିସାର ମଂଚନ କରିଥିଲେ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର ୬ର ଛାତ୍ରଛାତ୍ରୀମାନେ, ୪ର୍ଥ ନାଟକ ରାଣୀ ଶୁକଦେଇ ଉପସ୍ଥାପନ କରିଥିଲେ ଚିନ୍ମୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ପରେ ପରେ ନାଟକ ନାମୋଫୋବିଆ ପରିବେଷଣ କରିଥିଲେ ଇଣ୍ଡୋ ଇଂରାଜୀ ବିଦ୍ୟାଳୟର ବିଦ୍ୟାର୍ଥୀଗଣ, ତାପରେ ମଂଚସ୍ଥ ହୋଇଥିଲା ନାଟକ ଏମାନେ ବି ମଣିଷ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପିଲାଙ୍କ ଦ୍ୱାରା, ପରେ ପରେ ନିଶାପ ନାଟକ ମଂଚସ୍ଥ କରିଥିଲେ ବାଜି ରାଉତ ଶିକ୍ଷା ନିକେତନ, ସେକ୍ଟର ୩ର ବିଦ୍ୟାର୍ଥୀମାନେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉଦ୍ଘୋଷିକା ଝିଲିମା ମହାନ୍ତି ଏବଂ ସହଯୋଗ କରିଥିଲେ କ୍ଷୀରୋଦ ବାଡତ୍ୟା, ଶିଶିର ମୁଦାଲି, ମିହିର ମେହେର, ରମେଶ ଗୌଡ, ଅମୂଲ୍ୟ ବେହେରା, ସୁଦୀଶ ମିଶ୍ରା, ନିତ୍ୟାନନ୍ଦ ଜେନା, ସାରଂଗ ବରାଳ । ଆସନ୍ତାକାଲି ଉଦଯାପନୀ ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅପରାହ୍ନ ୪ରେ ପରିବେଷଣ କରାଯିବ ଦଳଗତ ନୃତ୍ୟ(ଗ୍ରୁପ) ଏବଂ ପରେ ପରେ ଛଉ ନୃତ୍ୟ ପରିବେଷଣ କରାଯିବ ମୟୁରଭଂଜର ଉତ୍ତରସାହି ପ୍ରତିଷ୍ଠାନର କଳାକାରମାନଙ୍କ ଦ୍ୱାରା ।
Prev Post
Next Post