ବିହାର ନିର୍ବାଚନରେ ଏନ୍ଡିଏ ଓ ନୂଆପଡ଼ା ଉପ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲା ସାଂଗଠନିକ ଜିଲ୍ଲା ବିଜେପିର ବିଜୟ ଉତ୍ସବ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ତା ୧୧.୧୧.୨୦୨୫ରେ ଅନୁଷ୍ଠିତ ହୋଇଥିବା ନୂଆପଡ଼ା ବିଧାନ ସଭାର ଉପ ନିର୍ବାଚନର ଭୋଟିଂ ପରେ ଆଜିର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ଏବଂ ବିହାର ବିଧାନସଭା ନିର୍ବାଚନର ଭୋଟିଂ ପରେ ଆଜି ଭୋଟ ଗଣତିରେ ଏନ୍ଡିଏର ପ୍ରଚଣ୍ଡ ଜନମତ ବିଜେପିକୁ ବିଜୟ ପଥରେ ଆଗେଇ ନେଇଛି । ବିହାରରେ ଏନ୍ଡିଏ ପୁନର୍ବାର ସରକାର ଗଠନ କରିବ । ଏହି ଉପଲକ୍ଷେ ଆଜି ଅର୍ଥାତ ତା ୧୪.୧୧.୨୦୨୫ରେ ସେକ୍ଟର- ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସନ୍ଧ୍ୟା ୬.୩୦ ଘଟିକା ସମୟରେ ବିଜୟ ଉତ୍ସବ ପାଳନ କରିବା ପାଇଁ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଏକତ୍ରିତ ହୋଇଥିଲେ । ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ବିଜୟ ଉତ୍ସବ ଅତି ଆନନ୍ଦ ଓ ଉଲ୍ଲାସରେ କର୍ମୀମାନେ ପାଳନ ପୂର୍ବକ ପରସ୍ପରକୁ ଶୁଭେଛା ଜଣାଇବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗବନ୍ଧୁ ବେହେରା, ରମେଶ ଅଗ୍ରୱାଲ, ବିଜୟ ଖାଲକୋ, ଗଙ୍ଗାଧର ଦାଶ, ରାମଚନ୍ଦ୍ର ହାଁସଦା, ଶଶାଙ୍କ ଶେଖର ଜେନା, ଅମରେନ୍ଦ୍ର ଶର୍ମା, ଦିଲ୍ଲୀପ ଦାଶ, ଅଙ୍କୁଶ ବର୍ମା, ପରେଶ ମିଶ୍ର, ମନୋରଞ୍ଜନ ମୁନି, ମନୋଜ ସେନାପତି, ସନ୍ଦୀପ ଅଗ୍ରୱାଲ, ଆଶା ନାଇଡୁ, ରଞ୍ଜିତ ନାୟକ, କେଦାର ମହାନ୍ତି, ରଞ୍ଜିତା କିସପଟା, ନିରଞ୍ଜନ ପଟେଲ, ମନୋଜ ଦାସ, ମମତା ମହାନ୍ତି, ପ୍ରତିମା ରାଉତ, ଲକ୍ଷ୍ମୀ ଭୂମିଜ, ଗୌତମ ବାଡ଼ା, ରାଜେନ୍ଦ୍ର ପଟ୍ଟନାୟକ, ଶେଖ୍ ମୁଜାହିଦ୍, ନିରଜ ଚତୁର୍ବେଦି, ସନ୍ତୋଷ ରାଉତ, ବବିତା ଚୌଧୁରୀ, ପ୍ରଭାସ ଚୌଧୁରୀ ଏବଂ ତାପସ ପଣ୍ଡା ପ୍ରମୁଖ ଶତାଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା, କର୍ମୀ ଏବଂ ସମର୍ଥକମାନେ ଉପସ୍ଥିତ ରହିଥିଲେ ।