jsm

ଟିଟିଲାଗଡ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାରେ ମହାସମାରୋହରେ ଶିଶୁ ଦିବସ ପାଳିତ

csstore

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଶିଶୁମାନେ ହେଉଛନ୍ତି ଜୀବନର ଆଲେଖ୍ୟ ରୂପ । ସେମାନେ ନିର୍ମଳ, ନିର୍ଦ୍ଦୋଷ ଆନନ୍ଦର ଜୀବନ ସ୍ରୋତସ୍ୱିନୀ । ଯେଉଁଠି ଶିଶୁ ହସନ୍ତି, ସେଠି ଜୀବନ ହସେ, ନଭେମ୍ବର ୧୪ ତାରିଖ ହେଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ । ଏହି ଦିନଟିକୁ ଶିଶୁ ଦିବସ ରୂପେ ସର୍ବତ୍ର ପାଳନ କରାଯାଏ । ଟିଟିଲାଗଡ଼ ସହରର ସିବିଏସ୍ଇ ଅନୁବନ୍ଧିତ ଓମ୍ ଭ୍ୟାଲି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଅତି ଆନନ୍ଦ ଓ ଉତ୍ସାହର ସହିତ ଶିଶୁ ଦିବସ ପାଳନ କରାଯାଇଛି । ଅନୁଷ୍ଠାନ ପରିସର ମଧ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ନେହେରୁଙ୍କ ଫଟୋଚିତ୍ରରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ.ରବୀନ୍ଚ଼ନ୍ଦ୍ର ପରମାଣିକ ଅଧ୍ୟକ୍ଷ ଏମ୍‌. ନାଗା ମାଲେଶ୍ୱର ରାଓ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ନେହେରୁଙ୍କ ଜୀବନର ଅନେକ କଥା ତାଙ୍କ ଅଭିଭାଷଣରେ ରଖିଥିଲେ । ଏହି ମହାନ ପୁରୁଷଙ୍କର ପଦାଙ୍କ ଅନୁସରଣ କରି ଉଚିତ୍ ମାର୍ଗରେ ପରିଚାଳିତ ହୋଇ ସୁନ୍ଦର ଉଜ୍ୱଳମୟ ଭବିଷ୍ୟତ ଗଠନର ପରିକଳ୍ପନା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମନୋରଞ୍ଜନ ସକାଶେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ କାର୍ଯ୍ୟକ୍ରମ ଗୁଡ଼ିକୁ ମନଭରି ଉପଭୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପରିଚାଳନା କମିଟି ତରଫରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଉପହାର ପ୍ରଦାନ କରାଯାଇଥିଲା । ଦିନଟିକୁ ବହୁତ ଆନନ୍ଦରେ କଟାଇ ପରିଶେଷରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଘରକୁ ଫେରିଥିଲେ ।

yuvodaya
Leave A Reply

Your email address will not be published.