ସୁନ୍ଦରଗଡ ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର, କବି ସୁଶାନ୍ତ ନାୟକଙ୍କ ଆବାହକତ୍ୱରେ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚ୍ୟ ବିଷୟ ‘ଇଂରାଜୀ ମାଧ୍ୟମ ଶିକ୍ଷାଦାନ ଓଡିଆ ଭାଷା ବିକାଶରେ ପ୍ରତିବନ୍ଧ କି’ ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ଶର୍ମିଷ୍ଠା କବି ଶତପଥି କହିଲେ ଇଂରାଜୀ ମାଧ୍ୟମ ଶିକ୍ଷାଦାନ ଓଡିଆ ଭାଷା ବିକାଶର ପ୍ରତିବନ୍ଧକ ସମ୍ପୂର୍ଣ୍ଣମାତ୍ରାରେ ନୁହଁ, ଅଭିବାବକଙ୍କ ଇଂରାଜୀ ପ୍ରୀତି ଏଥିପାଇଁ ଦାୟୀ, ଇଂରାଜୀ ଭାଷା ସଂଯୋଗୀକରଣ ସେତୁଟିଏ ହେଲେ ଓଡିଆ ଭାଷା ଆମ ସାହିତ୍ୟ ଆମ ସଂସ୍କୃତି ସର୍ବୋପରି ଆମର ଆତ୍ମାଟିଏ । ସମ୍ମାନିତ ଅତିଥି ଯୁଗବାର୍ତ୍ତାର ସଂପାଦକ ଗ୍ୟାନ ରଂଜନ ମିଶ୍ର କହିଲେ, ଓଡିଆ ଭାଷା ପୃଥିବୀର ଶ୍ରେଷ୍ଠ ଭାଷା ହୋଇ ପାରିବ ଯଦି ଆମେ ଇଂରାଜୀ ଭାଷାରୁ ମୋହ ତୁଟାଇ ପାରିବା । ମୁଖ୍ୟ ଅତିଥି ଗିରିଜା ଗୋସ୍ୱାମୀ କହିଲେ ଆମ ଓଡିଶାରେ ଯେତେ ଲେଖକ ଓଡିଶା ତଥା ଓଡିଶା ବାହାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ସେମାନେ ସମସ୍ତେ ଓଡିଆରେ ଶିକ୍ଷାଲାଭ କରିଥିଲେ । ପ୍ରାରମ୍ଭରେ ସଭାପତି ଅଭୟ କୁମାର ଦାସ ସଭାପତିତ୍ବ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଜୟ କୁମାର ବରାଳ ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ସହରର ବିଶିଷ୍ଟ ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସୁନିଲ ମହାନ୍ତିଙ୍କ ସଭାପତିତ୍ୱ ଏବଂ କବି ଉର୍ବଶୀ ଦାଶପତି, କବି ସବିତା ପରିଡାଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାଶ, ପ୍ରତାପ ପଣ୍ଡା, ଉପେନ୍ଦ୍ର ବସ୍ତିଆ, ବ୍ରହ୍ମାନନ୍ଦ ପାଢୀ, ନିକୁଞ୍ଜ ବିହାରୀ ଦାଶ, ଭୀମସେନ ସାହୁ, ବିକ୍ରମ ଆଚାର୍ଯ୍ୟ, ବଳରାମ ଦାସ ପ୍ରମୁଖ ପନ୍ଦର ଜଣ କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରଜ କିଶୋର ପାଣି, ସୂର୍ଯ୍ୟ ନାରାୟଣ ପଣ୍ଡା, ଦେବେନ୍ଦ୍ର ବଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.