ଛତ୍ରପୁର ରେଳ ଉପଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ସ୍ମାରକପତ୍ର ପ୍ରଦତ୍ତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟିଶ ଶାସନ କାଳରେ ପ୍ରତିଷ୍ଠିତ ହୋଇଥିବା ଛତ୍ରପୁର ରେଳ ଷ୍ଟେସନ ଆଜି ଚିର ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଛତ୍ରପୁର ରେଳ ଉପଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରାଯାଇଛି । ଏନେଇ ଏକ ପ୍ରେସମିଟ୍ ଡକାଇ ବିବିଧ ପ୍ରସଙ୍ଗରେ ନେତୃବୃନ୍ଦଗଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ ।
ଏ ସମ୍ପର୍କିତ ଏକ ସ୍ମାରକପତ୍ର ଭାରତୀୟ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ସ୍ମାରକପତ୍ର ପ୍ରଦତ୍ତ କରାଯାଇଛି । ପ୍ରକାଶ ଥାଉକି, ଛତ୍ରପୁର ରେଳ ଷ୍ଟେସନ ଯାହାକି ଏବେ କିଛି ମାତ୍ରାରେ ରେଳଷ୍ଟେସନର ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ତାହା ଜନସାଧାରଣଙ୍କ ହିତ ଦୃଷ୍ଟିରେ ଆସିବ ନାହିଁ । କେବଳ ରେଳ ବିଭାଗର ନିଜସ୍ଵ ସ୍ୱାର୍ଥ ଦୃଷ୍ଟିରୁ ହାତକୁ ନିଆଯାଇଥିବା କାର୍ଯ୍ୟ ପ୍ରକଳ୍ପ ହେଲା, ମୁଖ୍ୟଦ୍ଵାର ପଟକୁ ଅଫିସ୍ କକ୍ଷ, ବୁକିଙ୍ଗ-କ୍ଲାର୍କ, ଟିକେଟ ବିକ୍ରି କାଉଣ୍ଟର, ପ୍ଲାଟଫର୍ମ ଟିକେଟ ବିକ୍ରି କାଉଣ୍ଟର ଯାହା ରେଳ ବିଭାଗର ସ୍ୱାର୍ଥ ଦୃଷ୍ଟିରୁ ବ୍ୟବସ୍ଥାପନା ଉଦ୍ଦେଶ୍ୟରେ ରେଳ ବିଭାଗର ରାଜସ୍ୱ ଆଦାୟ ପାଇଁ ବ୍ୟବହୃତ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଏବେ ନିର୍ମାଣାଧୀନରେ ଅଛି । କିନ୍ତୁ ଏଠାକାର ଜନସାଧାରଣଙ୍କ ହିତ ପ୍ରତି ରେଳ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଇ ନାହାଁନ୍ତି । ଛତ୍ରପୁର ମୁଖ୍ୟ ରେଳଷ୍ଟେସନର ସର୍ବମୋଟ ୪ ଟି ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ କରିବା ନିହାତି ଆବଶ୍ୟକ ରହିଛି । ଏହି ୪ ଟି ପ୍ଲାଟଫର୍ମର ସମ୍ପ୍ରସାରଣ କରାଯିବା ନେଇ ଜନସାଧାରଣଙ୍କ ମୁଖ୍ୟ ଦାବୀ ରହିଛି । ପ୍ଲାଟଫର୍ମ ଗୁଡ଼ିକ ଲମ୍ବା ଓ ପ୍ରଶସ୍ତି କରଣ କରାଯିବା, ସାଂଗକୁ ଯାତ୍ରୀମାନଙ୍କ ସୁରକ୍ଷା ମଣିବା ଦିଗରେ ରେଳ ସୁରକ୍ଷା ବଳ ପ୍ରତିଷ୍ଠାନ ଯାହାକି ଷ୍ଟେସନ୍ ପ୍ଲାଟଫର୍ମ ଉପରେ ସ୍ଥାପିତ ହେବା ଆବଶ୍ୟକ । ଏହା ବ୍ୟତୀତ ସୁନ୍ଦର ସ୍ୱଚ୍ଛ ଆଲୋକ, ସବୁଦିଗକୁ ପ୍ରଚୁର ଆଲୋକ ବନ୍ଦୋବସ୍ତ, ପାନୀୟ ଜଳ ଯୋଗାଣ, ସଫେଇ ନିୟମିତ କରାଯିବା, ଷ୍ଟେସନ୍ ପ୍ଲାଟଫର୍ମ ଉପରେ ଶୌଚାଳୟ, ନିର୍ମାଣ , ଟ୍ରେନ୍ ବାତିଲ କିମ୍ବା ଆସୁଥିବା ଟ୍ରେନର ବିଳମ୍ୱିତ ସମୟ, ନିର୍ଦ୍ଧାରିତ ସମୟ ଆଦି ସମସ୍ତ ସୂଚନା ଯାତ୍ରୀମାନଙ୍କୁ ମିଳିପାରୁ ନାହିଁ । ଯାହାକି ପ୍ଲାଟଫର୍ମ ଉପରେ ଡିଜିଟାଲ ସାଙ୍କେତିକ, ସୂଚନା, କୋଚ୍ ପୋଜିସନ୍ ସମ୍ପର୍କିତ ସୂଚନା ଆଦି ମୌଳିକ ସୁବିଧା ଯାତ୍ରୀମାନଙ୍କୁ ଏଠାରେ ମିଳିବା ଅସମ୍ଭବ ହୋଇପଡିଛି । ଛତ୍ରପୁର କୋର୍ଟ ହାଲ୍ଟ ରେଳ ଷ୍ଟେସନରେ ଆଲୋକ, ସଫେଇ, ପାନୀୟ ଜଳ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନାହାଁନ୍ତି । ଛତ୍ରପୁର ମୁଖ୍ୟ ରେଳଷ୍ଟେସନରେ ବିବିଧ ସମସ୍ୟା ଲାଗି ରହିଥିବାନେଇ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହା ଏକ ଗଞ୍ଜାମ ଜିଲ୍ଲାର ହେଡ କ୍ୱାଟର ହୋଇଥିବାବେଳେ ଏହି ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ରହଣୀ, ବିଶାଖାପାଟ୍ଟନମ ଠାରୁ ବ୍ରହ୍ମପୁର ଆସୁଥିବା ଟ୍ରେନକୁ ଛତ୍ରପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଆଦି ଦାବୀ କରାଯାଇଛି । ଛତ୍ରପୁର ଓ ଏହାର ଆଖ ପାଖ ଅଞ୍ଚଳରୁ ପ୍ରାୟ ୨୫ ଖଣ୍ଡ ଗାଁ, ଲୋକେ ଏହି ରେଳଷ୍ଟେସନ ଉପରେ ନିର୍ଭର କରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମାର ମାନ୍ୟତା ସ୍ୱରୂପ ଛତ୍ରପୁର ରେଳଷ୍ଟେସନରେ ଏକ ସୁଉଚ୍ଚ ଜାତୀୟ ପତାକାର ଧ୍ଵଜା ଉଡ଼ାଇବାର ବ୍ୟବସ୍ଥା ପ୍ରତି ରେଳ କର୍ତ୍ତୃପକ୍ଷ ଧ୍ୟାନ ଦେଇଛନ୍ତି । କିନ୍ତୁ ଜନସାଧାରଣଙ୍କ ସାମୁହିକ ସୁବିଧା ଲାଗିରହିଥିବା ବିବିଧ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଧ୍ୟାନ ନଦେଇ ଏହି ରେଳଷ୍ଟେସନ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବା ନେଇ ଛତ୍ରପୁର ରେଳ ଉପଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନଙ୍କୁ ଏବଂ ଛତ୍ରପୁର ରେଳ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ସୋମବାର ଭାରତୀୟ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ସ୍ମାରକପତ୍ର ପ୍ରଦତ୍ତ କରାଯାଇଛି । ଛତ୍ରପୁର ରେଳ ଉପଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ସଭାପତି ତଥା ରେଳବାଇ ପୋଲିସ୍ ଫୋର୍ସର ଅବସରପ୍ରାପ୍ତ ସହକାରୀ ସୁରକ୍ଷା କମିଶନର ଆଡଭୋକେଟ୍ ଶିବ ପ୍ରସାଦ ବେହେରା, କାର୍ଯ୍ୟକାରୀ ସଭାପତି ତଥା ଇଷ୍ଟ କୋଷ୍ଟ ରେଳବାଇ ଖୋର୍ଦ୍ଧା ରୋଡ଼ ଡିଭିଜନର ଅବସରପ୍ରାପ୍ତ ମୁଖ୍ୟ ସୁପରିଟେଣ୍ଡଟ୍ ଆଡଭୋକେଟ୍ ସି.ଏଚ. ମହେଶ୍ୱର ରାଓ, ସଂଘର ସମ୍ପାଦକ ଆଡଭୋକେଟ୍ ପି. ଭେଙ୍କଟ ପ୍ରସାଦ, କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ଘଡେ଼ଇ, ସମାଜସେବୀ କେ. ସିମାଞ୍ଚଲମ୍ ରାଜୁ ପ୍ରମୁଖ ଛତ୍ରପୁର ରେଳଷ୍ଟେସନର ଏକ ସଭା ପ୍ରକୋଷ୍ଠରେ ସୋମବାର ଏକ ପ୍ରେସମିଟ୍ ଡକାଇ ବିବିଧ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ସମସ୍ତ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ସର୍ବସାଧାରଣରେ ଏକ ସାଧାରଣ ସଭା ଛତ୍ରପୁର ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ମହଲରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।