jsm

ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦାସୁଡୁ ଗୋଷ୍ଠୀଙ୍କ କୋହଲା ଯାତ୍ରା ଉଦଯାପିତ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ନୃତ୍ୟ କଳା କେନ୍ଦ୍ର (ଭଗବତ ଗାଦି) କାଳିଆବାଲି ସ୍ଥିତ ଛତ୍ରପୁର ର ସଂଗଠନ ପକ୍ଷରୁ ଗତ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ବ୍ୟାପି ଠାକୁରଙ୍କ ଆଶ୍ରମରେ କୋହଲା ଯାତ୍ରା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଉଦଯାପିତ ହୋଇଯାଇଛି । ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ କୋହଲା ନୃତ୍ୟରେ ଶ୍ରୀହରିଙ୍କ ନାମ ଭଜନ କୀର୍ତ୍ତନରେ ଦୈନିକ ପ୍ରାତଃ ଓ ସନ୍ଧ୍ୟାରେ ସ୍ଥାନଟି ମୁଖରୀତ ହୋଇ ଅଗଣିତ ଭକ୍ତଜନଙ୍କୁ ଭକ୍ତି ଭାବାପନ୍ନରେ ଆବଦ୍ଧ କରିଦେଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀଙ୍କ ନେତ୍ତୃତ୍ଵରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀ ଶ୍ରୀ ସିମାଞ୍ଚଲମ୍ କ୍ଷେତ୍ର ପରିଦର୍ଶନରେ ଯାଇ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁ ଙ୍କ ପୂଜା ଆରାଧନା କରି ଛତ୍ରପୁରରେ କୋହଲା ନୃତ୍ୟ ଯାତ୍ରା ସମ୍ପନ୍ନ କରାଯାଇଛି । ଭକ୍ତଗୋଷ୍ଠୀ ଜନ ଏହି ଅବସରରେ ଛାଡ଼ଖାଇ ପାଳନ କରି ନିଜ ନିଜର ବ୍ରତ ସମାପନ କରିଛନ୍ତି ।

yuvodaya
Leave A Reply

Your email address will not be published.