ପାଇକମାଲ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ହାଇସ୍କୁଲ ପଡିଆରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଚେୟାରମ୍ୟାନ ଭାବନା ସିଂ, ସମ୍ମାନିତ ଅତିଥି ଭାବେ ଏଡିଭିଓ ଅକ୍ଷୟ କୁମାର ମହାଲିଙ୍ଗ, ବିରୁପାକ୍ଷ ନାୟକ, ଡ଼ିଓଏଫ୍‌ ନୀଳାମ୍ବର କଳାକାର, ମତ୍ସ୍ୟ ଅଧିକାରୀ ବରଗଡ଼ ଶୁଭଶ୍ମିତା ଘଡେଇ, ଏସ୍‌ ପାତ୍ର, ବିଇଓ ଅଦନ ସୁନା, ବୟୋଜ୍ୟେଷ୍ଟ ସମାଜସେବୀ ବଡ ଶତପଥୀ ପ୍ରମୁଖ ଯୋଗଦେଇ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ପୂଜନ କରିଥିଲେ । ଏହା ପରେ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଥମ ହୋଇ ପାଇକମାଲରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କରାଯାଉଥିବାରୁ ସାଂସଦ ଶ୍ରୀ ପୁରୋହିତ ଖୁସି ବ୍ୟକ୍ତ କରିଥିଲେ । ଏଥିରେ ସଗୁପ୍ତା ହସନ, ମୋହିତ ରାମ ଝଗରା, ବିରଜା ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀ, ଉମାକାନ୍ତ ଶତପଥି, ଗୌରାଙ୍ଗ ସାହୁ, ଅନ୍ନପୂର୍ଣ୍ଣା ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀ, ପୁଷ୍ପଲତା ସାହୁ ଓ ଶତାବ୍ଦୀମେହେର ପ୍ରମୁଖଙ୍କୁ କୁକୁଡ଼ା ପାଳନ, ମାଛ ଚାଷ, ପୋଖରୀ ଖନନ, ଦୁଗ୍ଧ ଉତ୍ପାଦନ, ମାଛ ଯାଆଁଳା, ଛେଳି ଚାଷ, ଗାଈ ପାଳନ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଥିବାରୁ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ପୁରସ୍କୃତ କରିଥିଲେ । ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏବିଏଫ୍‌ ମଧୁସ୍ମିତା ବେହେରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.