ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ଅନ୍ତର୍ଗତ ମହଲେଇ ଗ୍ରାମରେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଦେବାଶିଷ ବେହେରା ପରିଚାଳନା କରିଥିଲେ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସରୋଜିନୀ ସାହୁ, ଆଶାଦିଦି ରଜନୀ ନାଗ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକବୃନ୍ଦ ଶ୍ରୀବତ୍ସ ମେହେର, ପ୍ରକାଶ କୁମାର ମେହେର, ଲୋକେଶ କୁମାର ମେହେର, ଶମ୍ଭୁ ପ୍ରସାଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ତମାଖୁ ସେବନରୁ ନିବୃତ୍ତ ରହି ବିଭିନ୍ନ ପ୍ରକାରର ଅଣସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ଛାତ୍ରଛାତ୍ରୀ ଓ ନିଜ ପରିବାରବର୍ଗଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦିଆଯାଇଥିଲା ଓ ସଚେତନତା ସୃଷ୍ଟି କରାଯାଇଥିଲା । ଶେଷରେ ତମାଖୁ ସେବନ ନ କରିବା ପାଇଁ ଏକ ଶପଥ ପାଠ କରି ରେଲି ବା ନଗର ଭ୍ରମଣ କରି ଲୋକଙ୍କୁ ସଚେତନ କରାଯାଇଥିଲା ।