ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର୍ ଫେଷ୍ଟ ଗତ କାଲି ବିଦ୍ୟାଳୟର ଖୁଣ୍ଟପାଲି ପରିସରରେ ସମାପନ ହୋଇଛି । ଏହି ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବ ନାରୀ ସଶକ୍ତିକରଣ ଉପରେ ଆଧାରିତ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ପଦ୍ମପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ । ଦ୍ଵିତୀୟ ଦିବସରେ ବରଗଡ଼ର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ସଶକ୍ତିକରଣର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଦିଲ୍ଲୀରୁ ଆସିଥିବା ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ସଞ୍ଜୟ ମିଶ୍ର ଯୋଗ ଦେଇଥିଲେ । ତାଙ୍କ ସହ ବିଦ୍ୟାଳୟର ଚେୟାରମେନ ଶ୍ରୀକାନ୍ତ ମିଶ୍ର, ଟ୍ରଷ୍ଟି ଶ୍ରୀମତୀ ସଂଯୁକ୍ତା ମିଶ୍ର, ଉପାଧ୍ୟକ୍ଷ ପଦ୍ମନାଭ ପଣ୍ଡା ଏବଂ ସଂଯୋଜିକା ଶ୍ରୀମତୀ ନିବେଦିତା ଦାସ ମଞ୍ଚରେ ଉପସ୍ଥିତ ଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ, ଗୀତ, ନାଟକ ତଥା ମଞ୍ଚ ପରିଚାଳନାକୁ ଦର୍ଶକ ମାନେ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ ।
Prev Post