ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ରମେଶ ଛକରେ ପଞ୍ଚାନାନ ମେଳା ବର୍ଷ ପୂର୍ତ୍ତି ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇଥିଲେ । ଏହାପରେ ଘଣ୍ଟବାଜା ଦ୍ୱାରା ଏକ ଶୋଭାଯାତ୍ରା ବାହାରି ନୂଆଁବନ୍ଦକୁ ପହଂଚିଥିଲେ । ସେଠାରେ ମୁଖ୍ୟ ପଣ୍ଡିତ ବିକ୍ରମ ମିଶ୍ର ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିରେ ସଞ୍ଜୟ କୁମାର ସିଂଭୋଇ ଓ ତାଙ୍କ ପତ୍ନୀ ରାକ୍ଷୀ ସିଂଭୋଇ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଏହି ମେଳା ବର୍ଷ ପୂର୍ତ୍ତି ହୋଇଥାବାରୁ ସହର ଚଳଚଞ୍ଚଳ ହୋଇପଡିଛି । ଉକ୍ତ କଳସ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଶେଷଦେବ ଯାନୀ, ରବିରଞ୍ଜନ ସାହୁ, ରତ୍ନାକର ଭୋଇ, ଅଲିଶା ଯାନୀ, ଡୋଳା ବେହେରା, ଜିତ ସିଂ ଭୋଇ, ମହେନ୍ଦ୍ର ଭୋଇ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ, ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁ, ବାଦଲ ଅଗ୍ରୱାଲ, ରୋହିତ ଭୋଇ, ଗଣେଶ ଭୋଇ, ପୂରଣ ବେହେରା, ବିଭୁତି ଭୋଇ, ଲିକୁ ସିଂ ଭୋଇ ସହଯୋଗ କରିଥିଲେ ।