ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା.୨୭.୧୦.୨୦୨୫ ଠାରୁ ତା.୦୨.୧୧.୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ବଲାଙ୍ଗିର ସଦର ମହକୁମା ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ତରଣୀ ସୁନା, ଉପ ଜିଲ୍ଲାପାଳ, ବଲାଙ୍ଗିର ଆଲୋକ କୁମାର ପଟେଲ, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ଶାଖା, ବଲାଙ୍ଗିର ପୁଲସ୍ତି ଛତ୍ରିୟା, ଜିଲ୍ଲା ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ କୁମାର ମେହେରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶପଥ ନେଇଥିଲେ । ଅନୁରୂପ ଭାବେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା ଓ ଅଙ୍ଗନୱାଡି କର୍ମୀ, ବୁଦ୍ଧିଜୀବୀ, ସାଧାରଣ ନାଗରିକ ମଧ୍ୟ ଶପଥ ନେଇଥିଲେ ।