କଲମପୁର ଭଗବଦ ଚେତନା ପରିଷଦର ରୌପ୍ୟ ଜୟନ୍ତୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପବିତ୍ର କାର୍ତ୍ତିକ ମାସ ଅବସରରେ କଳାହାଣ୍ଡି ଜିଲ୍ଲା କଲମପୁର ଭଗବଦ ଚେତନା ପରିଷଦର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ଅକ୍ଟୋବର ୭ ତାରିଖ ଠାରୁ ଆସନ୍ତା ନଭେମ୍ବର ୫ ତାରିଖ ଯାଏ ମାସ ବ୍ୟାପି ଏକ ଆଧ୍ୟାତ୍ମିକ ପରିବେଷରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି । ଆୟୋଜକ ରୌପ୍ୟ ଜୟନ୍ତୀ କମିଟି ପକ୍ଷରୁ କଲମପୁର ନିର୍ମାଲ୍ୟକ୍ଷେତ୍ର ପରିସରରେ ସକାଳୁ ଗୀତକ୍ଷପାଠ, ଗୀତାଜ୍ଞାନ ଯଜ୍ଞର ଆୟୋଜନ କରାଯାଉଛି । ସେଭଳି ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ସାଧୁ ସନ୍ଥ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ରଖାଯାଇଛି । ଅଖିଳ ଭାରତୀୟ ସନ୍ଥ ସମିତି, ଓଡିଶା ପ୍ରାନ୍ତ, ଉପ ସଭାପତି ବ୍ରହ୍ମଚାରି ସନ୍ତୋଷ ଚୈତନ୍ୟ ଜୀଙ୍କ ଦ୍ୱାରା ସନ୍ଧ୍ୟାରେ ଦିବ୍ୟ ପ୍ରବଚନ କରାଯାଉଛି, ୩୦ ତାରିଖ ଠାରୁ ନଭେମ୍ବର ୫ ଯାଏ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ଜୀ ପ୍ରବଚନ ଦେବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨ ତାରିଖ ଦିନ ଶ୍ରୀ ବିଷ୍ଣୁ ସହସ୍ର ନାମ ଅର୍ଚନ କାର୍ଯ୍ୟକ୍ରମ ଏବଂ ୩ ତାରିଖ ଦିନ ଶ୍ରୀ ହରି ହାଟ କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଚନ ଶୁଣିବା ପାଇଁ ନିର୍ମାଲ୍ୟକ୍ଷେତ୍ରରେ ଭକ୍ତ ଏବଂ ଶ୍ରଦ୍ଧାକୁଙ୍କ ସମାବେଶ ଆଧ୍ୟାତ୍ମିକ ପରିବେଷକୁ ଆହୁରି ଦ୍ୱିଗୁଣିତ କରୁଛି ।

Leave A Reply

Your email address will not be published.