csstore

ଜ୍ଞାନଦୀପ ଜାଳି ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଦୀପାବଳି ପାଳନର ମହତ୍ତ୍ୱ ପ୍ରତିପାଦନ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜ୍ଞାନଦୀପ ଜାଳି ଅଜ୍ଞାନର ଅନ୍ଧକାର ମଧ୍ୟକୁ ଆଲୋକିତ କରିବା ନିମନ୍ତେ ଜ୍ଞାନଯଜ୍ଞ ପ୍ରସାଦ ଅବା ଗୀତାଜ୍ଞାନ, ଆଧ୍ୟାତ୍ମିକ ଜାଗରଣକୁ ଆଲୋକପାତ କରିବାଦ୍ଵାରା ସମାଜରେ ବସବାସ କରୁଥିବା ଜନତାଙ୍କ ନିମନ୍ତେ ହିତବାଣୀ, ସାଧୁହିତବାଣୀ ଶୁଣାଇ ପ୍ରକୃତରେ ସତ୍ ମାର୍ଗକୁ ଆଣିବା ଉଚିତ ବୋଲି ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଆମନ୍ତ୍ରିତ ମୁଖ୍ୟଅତିଥି ବି.କେ. ଅର୍ଜ୍ଜୁନ ଭାଇ ପବିତ୍ର ଦୀପାବଳି ଅବସରରେ ମତବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ’ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ତରଫରୁ ଶାଖା କେନ୍ଦ୍ରରେ ପବିତ୍ର ଦୀପାବଳି ଉତ୍ସବ ପାଳନ ଅବସରରେ ଜ୍ଞାନ ରୂପକ ଦୀପ ଜାଳି ସାତ୍ତ୍ୱିକ ଭାବନାରେ ଦୀପାବଳି ଉତ୍ସବ ଭାବେ ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମୁଖ୍ୟାଳୟ ମାଉଣ୍ଟଆବୁରୁ ଆସିଥିବା ଆଧ୍ୟାତ୍ମିକ ଗୁରୁ ବ୍ରହ୍ମା କୁମାର ଅର୍ଜ୍ଜୁନ ଭାଇ ଯୋଗଦେଇ ଜ୍ଞାନଯଜ୍ଞ ଉପରେ ବିଭିନ୍ନ ସନ୍ଦେଶ ଗୁଡିକ ଉପରେ ଆଲୋକପାତ କରିଥିଲେ । ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବାବେଳେ ବି.କେ. ସିମାଞ୍ଚଳ ଭାଇ, ବାଲାକ୍ରିଷ୍ଣା ଭାଇ, ରଜନୀକାନ୍ତ ଭାଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.