ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ମାଆ ଗଜଲକ୍ଷ୍ମୀ ପୂଜା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମହାବୀର ପଡ଼ା ଠାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜୋନତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ରବିବାର ଅପରାହ୍ନରେ ଶତାଧିକ ମହିଳା ଏକ ସୁସଜ୍ଜିତ ପଟୁଆରରେ ପବିତ୍ର କଳସ ଆଣି ସ୍ଥାପନ କଲାପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୋମବାର ଠାରୁ ମାଆଙ୍କ ପୂଜା ଶ୍ରଦ୍ଧାର ସହ ଆରମ୍ଭ କରାଯାଇଥିଲା । ଗୁରୁବାର ପର୍ଯ୍ୟନ୍ତ ମାଆ ମଣ୍ଡପରେ ପୂଜା ପାଇବା ପରେ ଶୁକ୍ରବାର ବିସର୍ଜନ କରାଯାଇଥିଲା । ବିସର୍ଜନ ବେଳାର ପଟୁଆରରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ବାଦ୍ୟ ଓ କୀର୍ତ୍ତନ ସହ ନଗର ପରିକ୍ରମା ସମୟରେ ଶହ ଶହ ଶ୍ରଦ୍ଧାଳୁ ମାଆଙ୍କୁ ଭବବିହ୍ୱଳ ବିଦାୟ ଦେଇଥିଲେ । ହୃଷୀକେଶ ମୁଣ୍ଡ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଅଜିତ କୁମାର ଅଗ୍ରୱାଲ ସସ୍ତ୍ରିକ ଯଜମାନ ଭାବରେ ସଂକଳ୍ପ ନେଇଥିଲେ । ଲକ୍ଷ୍ମୀ ପୂଜା ପାଳନ କମିଟିର ସମସ୍ତ ସଦସ୍ୟ ପୂଜା କାର୍ଯ୍ୟରେ ସମର୍ପିତ ଥିଲେ । ମାଆଙ୍କ ପୂଜାରେ ନିତ୍ୟ ଭଜନ କୀର୍ତ୍ତନ, ଆରତୀ ଓ ଅନ୍ନ ପ୍ରସାଦ ନିୟମିତ ଚାଲିଥିଲା ।

Leave A Reply

Your email address will not be published.