ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିରର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗନ୍ଧରେଲ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୨୦୦୧ର ଶିକ୍ଷା ସହାୟକ ମାସିିକ ୧୫୦୦ ଟଙ୍କାରେ ଦୂର ଦୂରାନ୍ତରେ ଚାକିରି କରି ୦୧.୦୪.୨୦୦୮ରେ ସ୍ଥାୟୀ ଶିକ୍ଷକର ମାନ୍ୟତା ପାଇଥିଲେ । ସଂଘ ତରଫରୁ ଦୀର୍ଘ ଦିନରୁ ଶିକ୍ଷା ସହାୟକ ଅବଧିକୁ ଗଣନା କରିବା ସହିତ ୬ଟି ନେସନାଲ ଇନକ୍ରିମେଣ୍ଟ ଦେବା ସହିତ ଠିକା ନିଯୁକ୍ତିକୁ ଉଚ୍ଛେଦ କରିବା ପାଇଁ ଦାବୀ ଉପସ୍ଥାପନ କରିଆସୁଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଯେଉଁମାନେ ୨୦୦୧, ୨୦୦୩, ୨୦୦୫ରୁ କମ୍ ଦରମାରେ ଶିକ୍ଷା ବ୍ୟବସ୍ଥା ପାଇଁ କାର୍ଯ୍ୟ କଲେ ସେମାନେ ଆଜି ସରକାରଙ୍କ ସାବତ ପୁଅ ହେବାକୁ ଯାଉଛନ୍ତି । କାରଣ ସରକାର ୨୦୦୬ରୁ ଚାକିରିକୁ ଗଣନା କରି ନେସନାଲ ଇନକ୍ରିମେଣ୍ଟ ଦେବା ପାଇଁ ବିଚାର କରୁଛନ୍ତି । ଏହି ଅନ୍ୟାୟ ବିରୋଧରେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ତେଣୁ ସରକାର ୨୦୦୧ ମସିହାରୁ ୬ଟି ନେସନାଲ ଇନକ୍ରିମେଣ୍ଟ ଦେବା ପାଇଁ ଦୃଢ ଦାବୀ କରାଯାଉଛି । ଏହି ବୈଠକରେ କୈସ ରସୁଲ ଖାନ, ଅନୀଲ କୁମାର ରଣା, ଭରତ ମହାକୁର, ପର୍ଶୁରାମ ସୁନା, ମିତ୍ରଭାନୁ ବାଗ, ଚୁଡାମଣି ଭୋଇ, ଅଶୋକ କୁମାର ପଧାନ, ରଶ୍ମିତା ମହାନ୍ତି, ଶୈଳେନ୍ଦ୍ରୀ ପରିଡା, ସଙ୍ଗୀତା ସାହୁ, ପ୍ରତିଭା ଶତପଥି, ଗୀତାଞ୍ଜଳି ପଟେଲ, ସୁନିଲ ମହଲା, ସୁଶିଲ ମହଲା, ମହାଦେବ ମେଶ୍ୱା ଏବଂ ପ୍ରଦୀପ ପ୍ରଧାନ ପ୍ରୁମଖ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।