ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ଠାରେ ଅବସ୍ଥିତ ସୁଶ୍ରୀ ଆଇ.ଟି.ସି.ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇଂ. ସନ୍ତୋଷ କୁମାର ହୋତା, ଅବସର ପ୍ରାପ୍ତ ଅଧ୍ୟକ୍ଷ, ସରକାରୀ ଆଇ.ଟି.ଆଇ, ଖରିଆର ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ସାଇଟ୍ ନର୍ସିଂ ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧା ମୀନତି ଦାନୀ ଏବଂ ଉପ-ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅତିଥିମାନେ ସମସ୍ତ ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ସମାରୋହକୁ ସୁଶ୍ରୀ ଆଇ.ଟି.ସି.ର ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା ପରିଚାଳନା କରିଥିବା ବେଳେ ଟ୍ରେନିଙ୍ଗ ଅଫିସର ଆଶୁତୋଷ ଶତପଥି ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ରଂଜନ ବାଗ, ପ୍ରକାଶ ମିଶ୍ର, ଗଣେଶ୍ୱର ଶତପଥି, ନିଶାରକାନ୍ତ ନାଗ, ଆଶିଷ ମିଶ୍ର, ଦିଗାମ୍ବର ସାଏ, ସୁଧାକର ସାହୁ, ଲୋକନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।