୬୦୦ ମେଗାୱାଟ ବିଜୁଳି ଉତ୍ପାଦନ ସହ ୯୦ ପ୍ରତିଶତରେ ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ଲଘୁଚାପ ଜନିତ ବର୍ଷା ଚାଷ ଓ ଚାଷୀ ପାଇଁ ଚଳିତ ବର୍ଷ ବରଦାନ ସାଜିଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ମଧ୍ୟ ଜଳ ସଂରକ୍ଷଣ ସର୍ବୋଚ୍ଚ ସୀମାକୁ ଛୁଇଁ ଆଗାମୀ ରବିଚାଷ ପାଇଁ ଏକ ଶୁଭଙ୍କର ସ୍ଥିତି ସୃଷ୍ଟି କରି ପାରିଛି ବୋଲି ଆଲୋଚନା ହେଉଛି । ପୁନଶ୍ଚ ଜଳଭଣ୍ଡାରର ସ୍ଥିତି ୪ ବର୍ଷର ବ୍ୟବଧାନ ପରେ ପୂର୍ଣ୍ଣାଗର୍ଭା ହେଉଥିବାରୁ ଇନ୍ଦ୍ରାବତୀ ନଦୀ ଗର୍ଭକୁ ପାଣି ଛାଡ଼ିବା ପରିବର୍ତ୍ତେ ପ୍ରକଳ୍ପରୁ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୬୦୦ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରି ଚାଲିଥିବା ବିଭାଗୀୟ ସୂଚନାରୁ ଜଣା ପଡ଼ିଛି । ଗତ ବର୍ଷ ଆଜିର ଦିନରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ୬୩୬.୮୮ ମିଟର ଜଳ ସଂଗୃହିତ ହୋଇଥିବା ବେଳେ ଚଳିତ ବର୍ଷ ଏହି ଦିନରେ ଚାରି ମିଟର ଅଧିକ ପାଣି ସଂଗୃହିତ ହୋଇ ୬୪୦.୯୮ ମିଟର ଅର୍ଥାତ୍ ୯୦.୯୮ପ୍ରତିଶତରେ ପହଞ୍ଚି ସାରିଥିବା ସୂଚନା ମିଳିଛି । ପୁଣି ଏକ ଲଘୁଚାପ ଜନିତ ବର୍ଷା ହେଲେ ଜଳଭଣ୍ଡାରର ଜଳ ସ୍ତର ୬୪୧.୫କୁ ପହଞ୍ଚିବା ପରେ ଯେ, କୌଣସି ମୁହୂର୍ତ୍ତରେ ଦେଉପାଲି ସ୍ଥିତ ଇନ୍ଦ୍ରାବତୀ ମୁଖ୍ୟ ବନ୍ଧରୁ ନଦୀ ଗର୍ଭକୁ ଅଧିକ ପରିମାଣରେ ଜଳ ଛଡ଼ା ଯାଇପାରେ ବୋଲି କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଓ ପ୍ରଶାସନକୁ ସୂଚନା ଦେଇ ସାରିଥିବା ଜଣାପଡ଼ିଛି । ବର୍ତ୍ତମାନ ସ୍ଥିତିରେ ଜଳଭଣ୍ଡାରରେ ଅନ୍ତଃସ୍ରୋତ ୧୯୮.୫ କୁମେକ ରହିଥିବା ବେଳେ ହାତୀନଦୀ ଗର୍ଭକୁ ୧୩୦ କୁମାକ୍ସ ଜଳ ଛଡ଼ା ଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.