ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ବ୍ଲକ ସମ୍ମୁଖ ସ୍ଥିତ ତୃପ୍ତି ଏନକ୍ଲେଭ ତୈଳିକ ବୈଶ୍ୟ ସାହୁ ସମାଜ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଓ ସଚେତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ ସହଯୋଗ ଓ ରକ୍ତଦାନ କରି ଅନ୍ୟର ମଙ୍ଗଳ ପାଇଁ ସମସ୍ତେ ସଂକଳ୍ପ ବଦ୍ଦ ହୋଇଥିଲେ । ଆୟୋଜିତ ସଚେତନ ସମାରୋହରେ ଅବସରପ୍ରାପ୍ତ କେନ୍ଦ୍ରୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ, ସମାଜସେବୀ ଶେଷଦେବ ବେହେରା, ପ୍ରବୀଣ କୁମାର ମୁଣ୍ଡ, ସ୍ମୃତିରଞ୍ଜନ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ଭବାନୀପାଟଣା ରକ୍ତ ଭଣ୍ଡାରର ଡମ୍ବରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଜଞ୍ଜିର ବାଗ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସଂଗଠନ ସଭାପତି ଗୌରଚନ୍ଦ୍ର ସାହୁ, ଆୟୋଜକ ନରେଶ ସାହୁ, ବିକାଶ ରଞ୍ଜନ ସାହୁ, ଅଭିମନ୍ୟୁ ସାହୁ, ସନ୍ତୋଷ ସାହୁ, ରାମ ପ୍ରସାଦ ସାହୁ, ଅନିଲ ସାହୁ, ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।